ଭୁବନେଶ୍ବର: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି। ମଙ୍ଗଳବାର ଏହି ସମ୍ମିଳନୀର ତୃତୀୟ  ଅଧିବେଶନରେ ‘ଜଳବାୟୁ ପ୍ରବାସ - ଏକ ଜଳବାୟୁ ସ୍ଥିର ପ୍ରଶାସନ ଗଠନ’ଶୀର୍ଷକ ଆାଲୋଚନାରେ ପ୍ରବାସ ଏବଂ ଶିକ୍ଷା, ସହାୟକ ଓ କାର୍ଯ୍ୟର ନିର୍ଦ୍ଦେଶକ ଉମି ଡାନିଏଲ କହିଲେ, ଓଡ଼ିଶାରେ ଶ୍ରମିକ ସ୍ଥନାନ୍ତର ଜାରି ରହିଛି।  

Advertisment

ସାତଭାୟାରେ ବହୁ ଲୋକ  କେରଳକୁ ସ୍ଥାନାନ୍ତର ହୋଇଛନ୍ତି। ଏହା ମୁଖ୍ୟତଃ ଜୀବନ ଜୀବିକା ପାଇଁ ଘଟିଛି। ଲୋକେ କହୁଛନ୍ତି ଚାଷ ନ ହେବାରୁ ଚାଷୀ ଅନ୍ୟ ରାଜ୍ୟକୁ ଯାଉଛନ୍ତି।  ମାଛ ଧରୁଥିବା ଧୀବର କହୁଛନ୍ତି ମାଛ ଧରିବାରେ ଲାଭ ମିଳୁନି। ଏହା ଦ୍ବାରା ସେମାନେ ଅନ୍ୟ ସ୍ଥାନକୁ କାମ କରିବାକୁ ଯାଉଛନ୍ତି। ସୁରଟରେ ରାଜ୍ୟରେ ୭ରୁ ୮ ଲକ୍ଷ ଓଡ଼ିଆ ଅଛନ୍ତି। ଜୀବିକା ନଷ୍ଟ ହେବାରୁ ଲୋକେ ସ୍ଥାନାନ୍ତର ହେଉଛନ୍ତି।

ରାଜ୍ୟର ୮୦% ଶ୍ରମିକ ଅଣକୁଶଳୀ। ଜଳବାୟୁ ପରିବର୍ତ୍ତନ ଏହାର ମୁଖ୍ୟ କାରଣ। ପ୍ରାକୃତିକ ବିପର୍ଯ୍ୟୟ ପରେ ସରକାର ଜୀବିକାର ବିକାଶ କରୁ ନାହାନ୍ତି। କେବଳ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ସରକାରଙ୍କ କର୍ତ୍ତବ୍ୟ ସୀମିତ ରହୁଛି। ଫଳରେ ରୋଜଗାର ପାଇଁ ଲୋକେ ଅନ୍ୟ ସ୍ଥାନକୁ କାମ ଉଦ୍ଦେଶ୍ୟରେ ଯାଉଛନ୍ତି।


ରାଜ୍ୟରେ ଚାଷୀଙ୍କ ହାରାହାରି ବୟସ ୪୨ ବର୍ଷ ରହିଛି। ଏଭଳି ସ୍ଥିତି ଜାରି ରହିଲେ କୃଷିର ସ୍ଥିତି ରାଜ୍ୟରେ କ’ଣ ହେବ ତାହା ଚିନ୍ତା କରିବାର ବିଷୟ। ଓଡ଼ିଶାରେ ହେଉଥିବା ସ୍ଥାନାନ୍ତର ରୋକିବା ପାଇଁ ୧୯୭୫ରେ ଦାଦନ ଆଇନ ପ୍ରଣୟନ କରାଯାଇଥିଲା। ଭାରତରେ ଏକ ମାତ୍ର ରାଜ୍ୟ ଭାାବେ ଓଡ଼ିଶାରେ ସ୍ଥାନାନ୍ତର ନେଇ ପଞ୍ଜିକରଣ ହେଉଛି।

ନରେଗାରେ ଲୋକଙ୍କୁ ୫୭% ଦିନର କାମ ପ୍ରଦାନ କରାଯାଉଛି। କିନ୍ତୁ ଲୋକେ ୧୮୦ ଦିନର କାମ ପାଇଁ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି। ତେଲେଙ୍ଗାନା ଜାପାନ ସହିତ ତାଙ୍କର କେଉଁ ପ୍ରକାର କୁଶଳୀ ଶ୍ରମିକ ଆବଣ୍ୟକ ସେନେଇ ଚୁକ୍ତି କରିଛି। ତେଣୁ ରାଜ୍ୟରେ ଥିବା ଜିଲ୍ଲା ସ୍ତରୀୟ ମାଇଗ୍ରେସନ ରିସୋର୍ସ ସେଣ୍ଟର ମାଧ୍ୟମରେ ଲୋକଙ୍କୁ ଆବଶ୍ୟକ ସଚେତନତା ପ୍ରଦାନର ଆବଶ୍ୟକତା ରହିଛି।

ଏବେ ଦାଦନକୁ ଦାଦନ ନକହି ଅନ୍ୟ କିଛି କହି ଲୋକଙ୍କୁ ପ୍ରୋତ୍ସାହିତ କରିବା ଜରୁରୀ। ସେମାନେ ରାଜ୍ୟର ଆର୍ଥିକ ମାନଦଣ୍ଡକୁ ମଧ୍ୟ ଯୋଗଦାନ କରୁଛନ୍ତି। ଏହା ସହିତ ବିପର୍ଯ୍ୟୟ ପରିଚାଳନାରେ ଜୀବନ ଜୀବିକାକୁ ପ୍ରାଥମିକତା ଦେବାର ଆବଶ୍ୟତା ରହିଛି। ଗଞ୍ଜାମକୁ ୫ ହଜାର କୋଟି ଟଙ୍କାର ବାହାର ଅର୍ଥ ଆସିଛି। କିନ୍ତୁ ଗତ ୫ ବର୍ଷରେ ବାହାରକୁ କାମ କରିବାକୁ ଯାଇଥିବା ଲୋକଙ୍କର ୨୦୦ ମୃତଦେହ ଆସିଛି।