ଭୁବନେଶ୍ବର : କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଆସନ୍ତା ୨୭ ତାରିଖରେ ଭାରତ ବନ୍ଦ ଡାକରା ଦିଆ ଯାଇଥିବା ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସକାଳ ସାଢ଼େ ୯ଟା ସୁଦ୍ଧା କର୍ମଚାରୀମାନେ ଅଫିସରେ ପହଞ୍ଚିବାକୁ ସମସ୍ତ ବିଭାଗର ଅତିରିକ୍ତ ପ୍ରମୁଖ ସଚିବ, ସଚିବ, କମିସନରମାନଙ୍କୁ ଚିଠି ଲେଖାଯାଇଛି। ଗୃହ ବିଭାଗ ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା ଚିଠି ଲେଖିଛନ୍ତି। ଗାଡ଼ି ଚଳାଚଳ ପ୍ରଭାବିତ ହେବା ଦୃଷ୍ଟିରେ ରଖି ଏଭଲି ପଦକ୍ଷେପ ନିଆଯାଇଛି। ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ, ନଅ ତାଲାରେ ସୁରକ୍ଷା ବ୍ୟବସ୍ଥା ସହ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ଲୋକସେବା ଭବନର ମୁଖ୍ୟ ଫାଟକ ୧୦ଟା ୧୫ ସୁଦ୍ଧା ବନ୍ଦ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ଯେଉଁ କର୍ମଚାରୀମାନେ ଆସିବେ ସେମାନେ ପରିଚୟପତ୍ର, ପାସ୍ ଦେଖାଇ ଯାଇପାରିବେ। ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ଗୃହ ବିଭାଗର ଓଏସଡି ତଥା ସ୍ବତନ୍ତ୍ର ସଚିବଙ୍କ ଫୋନ୍(୨୩୯୩୮୪୯) ଏବଂ ଏସିପି ସିକ୍ୟୁରିଟି(୨୩୨୨୫୨୨)ଙ୍କ ଫୋନ୍ ନମ୍ବରରେ ତୁରନ୍ତ ଜଣାଇବାକୁ କୁହାଯାଇଛି।
୨୭ରେ ‘ଭାରତ ବନ୍ଦ’ ଡାକରା, ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସ ପହଞ୍ଚିବେ କର୍ମଚାରୀ
/sambad/media/post_attachments/wp-content/uploads/2021/07/strike.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)