ଏଣିକି ଜେଲରେ ରେକର୍ଡ ହେବ କଏଦୀଙ୍କ କଲ

ଭୁବନେଶ୍ୱର: ଏଣିକି ଜେଲରେ ଥିବା କଏଦୀମାନେ କାହା ସହିତ କ’ଣ କଥା ହେବେ ତାହାର କଲ ରେକର୍ଡ ରହିବ। କଏଦୀମାନେ ସର୍ବାଧିକ ତିନିଟି ନମ୍ବରରେ କଥା ହୋଇପାରିବେ। ତେବେ କଏଦୀ ଯାହାଙ୍କ ସହିତ ବି କଥା ହେବେ, କଥା ହେବା ପୂର୍ବରୁ ସେହି ନମ୍ବରକୁ ଯାଞ୍ଚ କରାଯିବ।

କେବଳ ଏତିକି ନୁହେଁ, କଏଦୀ କଥା ହେବା ପାଇଁ ନିର୍ଦ୍ଧାରିତ ସମୟ ରହିବ। ଏହି ସମୟ ଅତିକ୍ରମ କରିଗଲେ ଆପଣାଛାଏଁ କଲଟି କଟିଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ନିୟମ କଟକ ଚୌଦ୍ୱାର ଓ ଭୁବନେଶ୍ବର ଝାରପଡ଼ା ଜେଲ ପାଇଁ ଲାଗୁ କରାଯିବ ବୋଲି ଜେଲ ବିଭାଗ ଡିଜି ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର