କଟକ: ବର୍ତ୍ତମାନ ରାଜ୍ୟ ସରକାରଙ୍କ ଲାଂଚୁଆ ଅଧିକାରୀ ଓ କର୍ମଚାରୀମାନେ ଡିଜିଟାଲ ଓ ବ୍ୟାଙ୍କ ଚେକ୍ ମାଧ୍ୟମରେ ଲାଞ୍ଚ ନେଉଛନ୍ତି। ସେମାନଙ୍କ ଉପରେ ତୀକ୍ଷଣ ନଜର ରଖାଯାଇଛି। ଭିଜିଲାନ୍ସ ଟିମ୍ ଏହା ଉପରେ ଅଧିକ ଫୋକସ କରି କାମ କରୁଛି ବୋଲି ଭିଜିଲାନ୍ସ ସେଲ କଟକ ଏସପି ଏମ ରାଧାକୃଷ୍ଣନ କହିଛନ୍ତି। ଲାଞ୍ଚ ମାଗୁଥିବା ଅଧିକାରୀ କିମ୍ବା କର୍ମଚାରୀଙ୍କ ସମ୍ପର୍କରେ ଭିଜିଲାନ୍ସରେ ଦେବା ପାଇଁ ସେ ଜନସାଧାରଣଙ୍କୁ ଅପିଲ କରିଛନ୍ତି।
ଶ୍ରୀ ରାଧାକୃଷ୍ଣନ କହିଛନ୍ତି ଯେ, ଲାଞ୍ଚୁଆ ଅଧିକାରୀ ଓ କର୍ମଚାରୀମାନେ ବର୍ତ୍ତମାନ ଚେକ୍ ଓ ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଲାଞ୍ଚ ନେଉଛନ୍ତି। ଓଡ଼ିଶା ଭିଜିଲାନ୍ସ ଏଭଳି ଭାବେ ତିନୋଟି ଘଟଣାର ପର୍ଦ୍ଦାଫାଶ କରିଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ତହସିଲଦାର ଚାର୍ଲ୍ସ ନାୟକ ଚେକ୍ ମାଧ୍ୟମରେ ୧୨ ଲକ୍ଷ ଟଙ୍କାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ବର୍ତ୍ତମାନ ତାଙ୍କୁ ଗିରଫ କରାଯାଇ ମୟୂରଭଞ୍ଜ ସ୍ପେଶାଲ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି।
ସେହିପରି ଭୁବନେଶ୍ୱର ନୟାପଲ୍ଲୀରେ ଥିବା ଟାଟା ପାୱାରର ଜିଆରଏଫ ତରୁଣ ରଞ୍ଜନ ନାୟକ ଓ ତାଙ୍କ ସହଯୋଗୀ ସୈଳଜା ମୁଦୁଲି ଜଣେ ଉପଭୋକ୍ତା ଅଭିଯୋଗକାରୀଙ୍କ ଠାରୁ ଫୋନ୍ ପେ ମାଧ୍ୟମରେ ୧୦ ହଜାର ଟଙ୍କାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ି ଗିରଫ ହୋଇଛନ୍ତି। ବ୍ରହ୍ମପୁର ସେକ୍ସନ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପାଢ଼ୀ, ଧୀରେନ୍ଦ୍ର କୁମାର ପଣ୍ଡା ଓ ଖଲାସୀ ଅଜୟ ପାତ୍ର ଜଣେ ଅଭିଯୋଗକାରୀଙ୍କ ଠାରୁ ୧୦ ହଜାର ଟଙ୍କାର ଲାଞ୍ଚ ଫୋନ ପେ ମାଧ୍ୟମରେ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ି ଗିରଫ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/aaad6e60-f099-4893-b626-632f642bf20b.jpg)