ଜାତୀୟ ରାଜପଥର ନିର୍ମାଣଧୀନ କଲଭର୍ଟ ଖାଲରେ ପଡ଼ି ଜଣେ ମୃତ

ଯାଜପୁର: ଯାଜପୁର ୫୩ ନମ୍ବର ଜାତୀୟ ରାଜପଥ ଡୁବୁରୀ-ଅନୁଗୁଳ ରାସ୍ତା ମଙ୍ଗଳପୁର ଛକ ନିକଟ ଜାତୀୟ ରାଜପଥର ନିର୍ମାଣଧୀନ କଲଭର୍ଟ ଖାଲରେ ପଡ଼ି ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ଖଗେଶ୍ୱର ନାଏକ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ସୁକିନ୍ଦା ଥାନା ଦୁଧୁଜୋରି ପଞ୍ଚାୟତ କଞ୍ଚିଛୁଆ ଗ୍ରାମରେ ଖଗେଶ୍ୱର ନାଏକ (ବୟସ ୫୭) ବସବାସ କରନ୍ତି।  ମଙ୍ଗଳପୁର ଛକ ନିକଟରେ ଜାତୀୟ ରାଜପଥର ନିର୍ମାଣଧୀନ କଲଭର୍ଟ ଖାଲ ନେଇ କୌଣସି ସଙ୍କେତ ନଥିଲା। ତେଣୁ ଗତକାଲି ରାତିରେ ସେ ସାଇକେଲରେ ଘରକୁ ଫେରୁ ଥିବା ସମୟରେ ଏହି ଖାଲରେ ସାଇକେଲ ସହ ଗଳି ପଡ଼ିଥିଲେ।

ରାତି ଅଧିକା ହୋଇଯାଇଥିବାରୁ ଖଗେଶ୍ୱର ନାଏକ ଏହି ଖାଲରେ ଗଳି ପଡ଼ିଥିବା କେହି ଜାଣି ପାରି ନଥିଲେ। ଆଜି ଅପରାହ୍ନରେ ଲୋକମାନେ ଖଗେଶ୍ୱରଙ୍କୁ ଏହି ଖାଲରେ ପଡ଼ିଥିବା ଦେଖିବା ପରେ ସେଠାରୁ ତାଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର କରିଥିଲେ ହେଁ ଖଗେଶ୍ୱର ନାଏକଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଥିଲା। ପରିବାରଲୋକ ଓ ସ୍ଥାନୀୟ ଲୋକ ଏହି ଘଟଣାକୁ ପ୍ରତିବାଦ କରି ଜାତୀୟ ରାଜପଥ ଅବରୋଧ କରିଛନ୍ତି।

ସମ୍ବନ୍ଧିତ ଖବର