ଭୁବନେଶ୍ୱର: ପୁଣି ନଜରକୁ ଆସିଲା କଳା ବାଘ | ପ୍ରଥମ ଥର କ୍ୟାମେରା ଟ୍ରାପରେ ନଜର ଆସିଲା କଳା ବାଘ | ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ପିସିସିଏଫ | ପୂର୍ବରୁ ଶିମିଳିପାଳରେ କଳା ଦାଗ ଥିବା ମହାବଳ ଦେଖିବାକୁ ମିଳିଥିଲା | ତେବେ ଏଥର ବାଘ କେଉଁଠି ଦେଖିବାକୁ ମିଳିଛି ସେନେଇ କୌଣସି ସୂଚନା ମିଳିନାହିଁ | ୨୦୧୮ରେ ସୁନ୍ଦରଗଡ଼ ବନଖଣ୍ଡ ହେମଗିର ବନାଞ୍ଚଳ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲରେ ଦୃଷ୍ଟିଗୋଚର ହୋଇଥିଲା ବିରଳ କଳା ବାଘ |
ସୂଚନାଯୋଗ୍ୟ, ପ୍ରଥମେ ଦେଶର ୮ଟି ରାଜ୍ୟ ଦକ୍ଷିଣ ଭାରତର କର୍ଣ୍ଣାଟକ, କେରଳ, ଗୋଆ, ମହାରାଷ୍ଟ୍ର, ତାମିଲନାଡ଼ୁ ଓ ଉତ୍ତରରେ ହିମାଚଳପ୍ରଦେଶ, ଉତ୍ତର-ପୂର୍ବାଞ୍ଚଳରେ ଆସାମ ଓ ମଧ୍ୟଭାଗରେ ଛତିଶଗଡ଼ ପରେ ନବମ ରାଜ୍ୟ ଭାବେ ଓଡ଼ିଶା ଜଙ୍ଗଲରେ ପ୍ରଥମ କରି ବିରଳ କଳାବାଘ ଦେଖାଯାଇଥିଲା।