ଚାନ୍ଦବାଲି: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ ଆଜି ୮ ଅଭିଯୁକ୍ତଙ୍କୁ ଚାନ୍ଦବାଲି ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇଛି। ଅଭିଯୁକ୍ତମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଏକ ମିନି ବସ୍ରେ ଭଦ୍ରକ ଜେଲ୍ରୁ ଚାନ୍ଦବାଲି କୋର୍ଟକୁ ଅଣାଯିବା ପରେ ବିଚାରପତିଙ୍କ ନିକଟରେ ହାଜର କରାଯାଇଥିଲା।
ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସମେତ ଝୁନୁ ଭୋଇ, ନିରଞ୍ଜନ ସେଠୀ, ପରମେଶ୍ୱର ରାଉତ, ରଞ୍ଜନ ନାୟକ, ଭାଗ୍ୟଧର ନାୟକ, ବିବେକ ନାୟକ ଓ କୃଷ୍ଣଚନ୍ଦ୍ର ନାୟକଙ୍କୁ ରୁଟିନ୍ ଅନୁଯାୟୀ କୋର୍ଟରେ ହାଜର କରାଯାଇଥିବା ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି। ପ୍ରକାଶଥାଉକି, ଚାର୍ଜସିଟ୍ ଦାଖଲ ନ ହେବା ଯାଏ କୋର୍ଟ ନିର୍ଦ୍ଦେଶ ମୁତାବକ ଅଭିଯୁକ୍ତମାନେ ନିୟମିତ ବ୍ୟବଧାନରେ ହାଜର ହେବେ। ମେ ୫ରେ ଅଭିଯୁକ୍ତମାନେ ପୁଣି କୋର୍ଟରେ ହାଜର ହେବେ ବୋଲି ଜଣାପଡ଼ିଛି।