ଭୁବନେଶ୍ୱର : କେଏମ୍‌ବିବି କଲେଜ ଅଫ ଇଂଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜିରେ ଏକ କ୍ୟାମ୍ପସ୍‌ ଚୟନ କାର୍ଯ୍ୟକ୍ରମ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଗୋ-ସ୍ପିଡି-ଗୋ ପକ୍ଷରୁ ହୋଇଥିବା ଏହି ଚୟନ କାର୍ଯ୍ୟକ୍ରମରେ ମେକାନିକାଲ୍‌, ଇଲେକ୍ଟି୍ରକାଲ୍‌ ଏବଂ ଇଇଇ ବ୍ରାଞ୍ଚ୍‌ର ଛାତ୍ରଛାତ୍ରୀ ଭାଗ ନେଇଥିଲେ। କମ୍ପାନିର ଭୁବନେଶ୍ୱର ଓ୍ଵାର୍କସପ୍‌ ପାଇଁ ହୋଇଥିବା ଏହି ପରୀକ୍ଷା ୩ଟି ପର୍ଯ୍ୟାୟ ଗ୍ରୁପ୍‌ ଆଲୋଚନା, ଲେଖା ପରୀକ୍ଷା ଏବଂ ବ୍ୟକ୍ତିଗତ ସାକ୍ଷାତକାର କରାଯାଇଥିଲା। ସଂସ୍ଥାର ମାନବସମ୍ବଳ ଅଧିକାରୀ ଶ୍ୱେତା ସିଂ, ବିପ୍ଳବ ବିଶ୍ୱକଲ୍ୟାଣ ଏବଂ ନିରଜ କୁମାର କୃତୀ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଥିଲେ। କେଏମ୍‌ବିବିର ଡିନ୍‌(ନିଯୁକ୍ତି) ପ୍ରଫେସର ଦେବୀତୋଷ ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପ୍ଲେସ୍‌ମେଣ୍ଟ୍‌ ଅଫିସର ଅଭିଜିତ ଦାଶ, ନିର୍ଦେଶକ(ପ୍ରଶାସନ) ପ୍ରଫେସର ସରୋଜ ପଣ୍ଡା, ନିର୍ଦେଶକ(ଏକାଡେମିକ୍‌) ଡ. ଧନଦାକାନ୍ତ ମିଶ୍ର କୃତୀ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ସୂଚନାଯୋଗ୍ୟ ଯେ, ଯେକୌଣସି ପ୍ରକାର ୪ ଚକିଆ ଓ ୨ ଚକିଆ ଗାଡ଼ିର ମେଣ୍ଟେନାନ୍‌ସ ପାଇଁ କମ୍ପାନି ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଏକ କାର୍ଯ୍ୟାଳୟ ଓ ଓ୍ଵାର୍କସପ୍‌ ଆରମ୍ଭ କରିଛି।