ଭୁବନେଶ୍ୱର : ସହିଦନଗର ଥାନାରେ ପରିସରରେ ୨ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହେବାର ୨ଦିନ ବିତି ଯାଇଥିଲେ ମଧ୍ୟ ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟ ପରିିସରରେ ଉତ୍ତେଜନା ଥମିବାର ନାଁ ଧରୁନି। ଗତକାଲି ଗୋଟିଏ ଗୋଷ୍ଠୀ ବାଣୀବହାର ସମ୍ମୁଖ ଜାତୀୟ ରାଜପଥ ଅବରୋଧ କରିଥିବା ବେଳେ ଆଜି ସନ୍ଧ୍ୟାରେ ଗୋଟିଏ ଗୋଷ୍ଠୀର ପ୍ରାୟ ୩୦ରୁ ୪୦ ଛାତ୍ର ବାଇକ୍ ଶୋଭାଯାତ୍ରାରେ କ୍ୟାମ୍ପସ ପରିକ୍ରମା କରି ଆତଙ୍କ ସୃଷ୍ଟି କରିଥିଲେ। ବାଇକ୍ରେ ଥିବା ଯୁବକମାନେ ଏକ ନିର୍ଦିଷ୍ଟ ଗୋଷ୍ଠୀର ଛାତ୍ରମାନଙ୍କୁ ଗାଳିଗୁଲଜ କରିବା ସହିତ ହଷ୍ଟେଲ୍ରେ ଭଙ୍ଗାରୁଜା କରିଥିଲେ। ଏପରିକି ଗୋଟିଏ ଗୋଷ୍ଠୀର କିଛି ଛାତ୍ର ନିର୍ଦିଷ୍ଟ ଗୋଷ୍ଠୀ ଛାତ୍ରଙ୍କୁ ଧମକଚମକ ଦେବା ସହିତ ସେମାନଙ୍କ ସହିତ ନ ମିଶିବାକୁ ଅନ୍ୟ ଛାତ୍ରମାନଙ୍କୁ ଚେତାବନୀ ଦେଇଥିଲେ। ସେମାନଙ୍କ ସହିତ ମିଳାମିଶ କଲେ ପରିଣାମ ଭୟଙ୍କର ହେବ ବୋଲି କହିଥିଲେ। ଏହି ଗୋଷ୍ଠୀର ଛାତ୍ର ହାତରେ ଠେଙ୍ଗାବାଡ଼ି ଧରି ବିଶ୍ୱବିଦ୍ୟାଳୟ ପରିସରରେ ଆତଙ୍କ ସୃଷ୍ଟି କରିଥିଲେ। ଖବର ପାଇ ସହିଦନଗର ଥାନା ଆଇଆଇସି ଏସିପି କିଶୋର ଚନ୍ଦ୍ର ମୁଣ୍ଡୁ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଗତକାଲିଠାରୁ କ୍ୟାମ୍ପସ୍ରେ ପୁଲିସ ମୁତୟନ ହୋଇଥିବା ବେଳେ ଆଜି ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ଗୋଟିଏ ପ୍ଲାଟୁନ୍ ପଲିସ ଫୋର୍ସ ମୁତୟନ କରାଯାଇଛି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ଶ୍ରୀ ମୁଣ୍ଡ କହିଛନ୍ତି।
ବାଣୀବିହାରରେ ଥମୁନି ଉତ୍ତେଜନା
ହଷ୍ଟେଲରେ ଭଙ୍ଗାରୁଜା, ଠେଙ୍ଗାବାଡ଼ି ଧରି ବୁଲିଲେ
/sambad/media/post_attachments/wp-content/uploads/2018/02/utkal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)