ଟ୍ରାଫିକ ପୁଲିସ ଛଡ଼ାଇ ପାରିବ କି ଗାଡ଼ି ଚାବି ? କଣ କହୁଛି ଆଇନ, କଣ କହୁଛନ୍ତି ଟ୍ରାଫିକ ଡିସିପି?

ଭୁବନେଶ୍ୱର : ଗାଡିରୁ ଚାବି ବାହାର କରିପାରିବ କି ଟ୍ରାଫିକ ପୁଲିସ? କଣ କହୁଛି ଆଇନ, କଣ କହୁଛନ୍ତି ଟ୍ରାଫିକ ଡିସିପି? ଷ୍ଟିୱାର୍ଟ ସ୍କୁଲ ଛକରେ ଚାଲିଥିବା ଗାଡି ଚେକିଂ ଆଉ ଏହା ପରର ଘଟଣା ଏକ ବଡ ବିତର୍କକୁ ସାମ୍ନାକୁ ଆଣିଛି । ରାସ୍ତାରେ ଯାଂଚ ସମୟରେ ପୁଲିସ ନିୟମ ଭାଙ୍ଗିଥିବା ଗାଡିରୁ ଚାବି ବାହାର କରି ଆଣିପାରିବ କି? କନକ ନ୍ୟୁଜର ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ କରାଯାଇଥିବା ଭିଡିଓ ଉପରେ ଜନତା ପଚାରୁଥିବା ପ୍ରଶ୍ନ ନେଇ ପ୍ରତିକ୍ରିୟା ରଖିଛନ୍ତି ଟ୍ରାଫିକ ଡିସିପି । ଯେଉଁଥିରେ ସେ ସ୍ପଷ୍ଟ ଭାବେ ଲେଖୁଛନ୍ତି, ଗାଡିରୁ ଚାବି ବାହାର କରିବା ଅଧିକାରର ପରିସରଭୁକ୍ତ ।

ତେବେ ଜଣେ ୟୁଜର ଲେଖିଛନ୍ତି, କାହିଁକି ପୁଲିସ ଗାଡିରୁ ଚାବି ବାହାର କରିଦେଲା? ଏହା ଉପରେ ତଦନ୍ତ କରି ମହିଳାଙ୍କୁ ନ୍ୟାୟ ଦେବାକୁ ଉଭୟ ଟ୍ରାଫିକ ଡିସିପି ଏବଂ ପୁଲିସ କମିଶନରଙ୍କୁ ଅନୁରୋଧ କରିଛନ୍ତି । ଆଉ ପଚାରିଛନ୍ତି, ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଗାଡିରୁ ଚାବି ପୁଲିସ ବାହାର କରିପାରିବ କି?

ଜବାବରେ ଟ୍ରାଫିକ ଡିସିପି କହିଛନ୍ତି, ମୋଟର ଯାନ ଆକ୍ଟ ଅନୁସାରେ ଯେତେବେଳେ ଗାଡିକୁ ଅଟକ ରଖାଯାଉଛି, ସେହି ସମୟରେ ଚାବିକୁ ବାହାର କରାଯାଇ ପାରିବ । ଧନ୍ୟବାଦ କାରଣ କଠିନ ପରିଶ୍ରମ କରୁଥିବା ପୁଲିସକୁ ଗୁଣ୍ଡା ଆଉ ହୃଦୟହୀନ କହିବା ଆଗରୁ ଅନ୍ତତଃ ଆପଣ ଏହା ଜାଣିବାକୁ ଚାହିଁଲେ ।

ସାଗରିକା ନାଥଙ୍କ ଏହି ଟ୍ୱିଟ ପରେ ନୂଆ ବିତର୍କ ମୁଣ୍ଡ ଟେକିଛି । ସତରେ କଣ ପୁଲିସ ପାଖରେ ଅଧିକାର ରହିଛି ନିୟମ ଭାଙ୍ଗିଥିବା ଗାଡିରୁ ଚାବି ବାହାର କରିନେବ? ଏନେଇ ଆମେ ପରିବହନ ବିଭାଗର ଅଧିକାରୀ ଓ କିଛି ବିଶେଷଜ୍ଞଙ୍କ ସହ ଆଲୋଚନା କରିଥିଲୁ । ସେମାନଙ୍କ କହିବା ଅନୁସାରେ, ପୁଲିସ ଗାଡିରୁ ଚାବି ବାହାର କରିପାରିବ ନାହିଁ ।

ଆପଣଙ୍କ ଗାଡିରୁ ଚାବି ଛଡାଇ ନେଇପାରିବ କି ଟ୍ରାଫିକ ପୋଲିସ ?

#ଚାବି_ଛଡାଇ_ପାରିବ_କି_ଟ୍ରାଫିକ_ପୋଲିସ?ଆପଣଙ୍କ ଗାଡିରୁ ଚାବି ଛଡାଇ ନେଇପାରିବ କି ଟ୍ରାଫିକ ପୋଲିସ ? ପୋଲିସକୁ ଏମିତି ଅଧିକାର ଦେଇଛି କି ଆଇନ? ଏହାକୁ ନେଇ କିଛି ଏମିତି ମନ୍ତବ୍ୟ ରଖିଲେ ଟ୍ରାଫିକ ଡିସିପି, ସେପଟେ ଆଇନଜୀବୀ କହିଲେ ଏଭଳି ଅଧିକାର ନାହିଁ କାହାର Commissionerate Police Bhubaneswarcuttack #Odisha #Bhubaneswar

Publiée par Kanak News sur Mercredi 5 février 2020

ଅନ୍ୟ ଟ୍ୱିଟରେ ଟ୍ରାଫିକ ଡିସିପି କହିଛନ୍ତି, ଏକପାଖିଆ ରିପୋର୍ଟିଂ ଜରିଆରେ ପୁଲିସ କିଭଳି ଗୁଣ୍ଡା ପାଲଟିଯାଉଛି ତାହା ଆମୋଦଦାୟକ । ସ୍କୁଲରେ ଛୁଆଙ୍କୁ ଛାଡିବା ପାଇଁ ପ୍ରତିଦିନ ରଙ୍ଗ ସାଇଡରେ ଗାଡି ଚଲାଇବା, ସାଙ୍ଗରେ ଡକ୍ୟୁମେଂଟ ନରଖିବା, ନନ୍ କମ୍ପାଉଣ୍ଡେବୁଲ ଅଫେନସ କରିବା ସତ୍ତ୍ୱେ ଯଦି ଆପଣ କାନ୍ଦନ୍ତି ତେବେ ପୁଲିସକୁ ହୃଦୟହୀନ ସଜାଇ ଦିଆଯାଏ ।

ଏହାରି ଭିତରେ ରଙ୍ଗ ସାଇଡ ଡ୍ରାଇଭିଂ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁଲିସ କମିଶନର । କହିଛନ୍ତି, ରାସ୍ତାରେ ସ୍ପାଇକ ବାରିଅର ଲଗାଯିବ । ଫଳରେ ଭୁଲ ଦିଗରୁ ଗାଡି ଚଳାଇଲେ, ଗାଡି ଲିକ୍ ହୋଇଯିବ ।

ତେବେ ମଙ୍ଗଳବାର ଜଣେ ପୁଲିସ ଅଧିକାରୀ ରାସ୍ତାରେ ଅନେକ ଗାଡି ଅଟକାଇ ଚାବି ବାହାର କରି ହାତରେ ଧରିଥିବା ଦୃଶ୍ୟ ଭାଇରାଲ ହୋଇଥିଲା । ଯାହା ବିବାଦକୁ ତିଆରି କରିବା ସହ ପୁଲିସର ବ୍ୟବହାର ଆଉ ଆଚରଣ ଉପରେ ପ୍ରଶ୍ନ ଉଠାଇଥିଲା । ଏହାପରେ ଟ୍ରାଫିକ ଡିସିପି ଟ୍ୱିଟର ଜରିଆରେ ସମସ୍ତ କଥାର ଜବାବ ରଖୁଥିବା ବେଳେ ରାଜଧାନୀର ବିଭିନ୍ନ ସ୍ଥାନରେ ହେଉଥିବା ରଙ୍ଗ ସାଇଡ ଡ୍ରାଇଭିଂ ପାଇଁ କେବେ କଠୋର ମନୋଭାବ ଦେଖାଯାଉଛି, ତାଉପରେ ନଜର ।

ସମ୍ବନ୍ଧିତ ଖବର