ରାଉରକେଲା: ସ୍ଥାନୀୟ ପୁଲିସ ଓ ଅବକାରୀ ସ୍କ୍ବାର୍ଡ ଚଢ଼ଉ ଜାରି ରଖିଥିଲେ ହେଁ ରାଉରକେଲାରେ ଚୋରା ଗଞ୍ଜେଇ ଚାଲାଣ ଥମୁନି। କୋରାପୁଟ ତ ଅନ୍ୟ କେତେବେଳେ କଳାହାଣ୍ଡିରୁ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ଚୋରାରେ ରାଉରକେଲା ଆସୁଛି। ଏଠାରୁ ବିହାର ଓ ଝାଡ଼ଖଣ୍ଡ ଚାଲାଣ ହେଉଛି। ଯାହାର ଟେର୍ ପାଉନାହାନ୍ତି ରେଳବାଇ ପୁଲିସ ଓ ଆର୍ପିଏଫ୍। ଆଜି ଅବକାରୀ ପୁଲିସ ଚଢ଼ଉ କରି ଷ୍ଟେସନ ନିକଟରୁ ଜଣେ ଚୋରା ଗଞ୍ଜେଇ ବେପାରିକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଗିରଫ ଗଞ୍ଜେଇ ବେପାରି ହେଲେ କଳାହାଣ୍ଡି ଜୟପାଟଣା ମିନିଗୁରର ଗୌରଗୋପାଳ ପଣ୍ଡା (୪୭)। ତା’ ନିକଟରୁ ୧୬ କେଜି ୫୦୦ ଗ୍ରାମର ଗଞ୍ଜେଇ ଜବତ ହୋଇଛି। ଯାହାର ଆନୁମାନିକ ବଜାର ମୂଲ୍ୟ ୧ ଲକ୍ଷ ୬୫ ହଜାର ଟଙ୍କା ହେବ ବୋଲି ପୁଲିସ କହିଛି। ଉଲ୍ଲେଖଯୋଗ୍ୟ, ବିଗତ ଦିନରେ ଚୋରା ଗଞ୍ଜେଇ ବେପାରିକୁ ସହଯୋଗ କରିବା ଘଟଣାରେ ରାଉରକେଲା ଷ୍ଟେସନର କାର୍ଯ୍ୟରତ ଆର୍ପିଏଫ୍ ଯବାନଙ୍କୁ ନିଲମ୍ବିତ କରାଯାଇଥିଲା। ଅନ୍ୟ ଜଣକୁ ରାଉରକେଲାରୁ ଚକ୍ରଧରପୁର ମୁଖ୍ୟାଳୟକୁ ବଦଳି କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/33-4.jpg)