ବେନିୟମ ଗଂଜେଇ ଚାଷ ଓ ଚାଲାଣ ରୋକିବାରେ ସରକାର ବିଫଳ

ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲା ଏବେ ଗଂଜେଇ ଚାଷ ଓ ଚାଳାଣକାରୀଙ୍କ ହବ୍ ପାଲଟିଯାଇଛି। ଅବକାରୀ ବିଭାଗ ନିଘୋଡ ନିଦରେ ଶୋଇ ରହିଥିବା ବେଳେ ପୁଲିସ କାଁଭାଁ ଧରପଗଡ଼ କରି ଧରୁଛି। ଜୟପୁର ଗଂଜେଇ ଚାଳାଣକାରୀଙ୍କ ହବ ପାଲଟିଛି। ବେନିୟମ ଗଂଜେଇ ଚାଷ ଓ ଚାଳାଣକାରୀଙ୍କୁ ରୋକିବାରେ ସରକାର ସଂପୁର୍ଣ୍ଣ ରୁପେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଗତ ବର୍ଷକ ହେବ  ଜୟପୁର ଟାଉନଥାନା ଓ ସଦରଥାନା ଅଂଚଳରେ ଆଖି ଦୃଷ୍ଟିଆ ଗଂଜେଇ ଚାଳାଣକାରୀ ଧରପଗଡ଼ ‌ହୋଇ ନାହିଁ। ଜୟପୁର ଅବକାରୀ ଥାନା ଅଛି ବୋଲି ସେ ଜାଣି ନାହାନ୍ତି ବୋଲି ବିଧାୟକ କହିଛନ୍ତି। ଏ ନେଇ ସେ ବିଧାନସଭାରେ ବି ପ୍ରଶ୍ନ ଉଠାଇଥିବା କହିଛନ୍ତି। ଅବକାରୀ ବିଭାଗ ଡ୍ରୋନ ସର୍ଭେ ଓ ହାଇଦ୍ରାବାଦସ୍ଥିତ ଏଡ୍ରିନ୍ ଦ୍ବାରା ସାଟୋଲାଇଟ୍ ଇମେଜରୀ ମାଧ୍ୟମରେ ଗଂଜେଇ ଚାଷକୁ ଠାବ କରିଥିବା ଅବକାରୀ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ବିଧାନସଭାରେ ଉତ୍ତର ଦେଇଛନ୍ତି। ପୁଲିସ ଏସଟିଏଫ ଓ ଅବକାରୀ ବିଭାଗ ଚଢ଼ାଉ କରୁଛି।

ଏ ବାବଦରେ ଉଭୟ ବିଭାଗ ପାଇଁ ୭୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ୨୦୨୧-୨୨ଆର୍ଥିକ ବର୍ଷରେ କୋରାପୁଟ ଜିଲ୍ଲାରେ ୭୭୬.୦୯ଏକର ଜମିରେ ୯ଲକ୍ଷ ୩୨ହଜାର ୧୭୦ଟି ଗଛ ଓ ୨୦୨୨-୨୩ଆର୍ଥିକ ବର୍ଷରେ ୫୨୧ଏକର ଜମିରେ ୬ଲକ୍ଷ୨୩ହଜାର ନଷ୍ଟ କରାଯାଇଛି। ରାୟଗଡା ଜିଲ୍ଲାରେ ୨୦୨୧-୨୨ଆର୍ଥିକ ବର୍ଷରେ ୧୫୬୬ଏକର ଜମିରେ ୧୫ଲକ୍ଷ ୬୬ହଜାରଟି ଗଛ ଓ ୨୦୨୨-୨୩ଆର୍ଥିକ ବର୍ଷରେ ୧୫୬୯ଏକର ଜମିରେ ୧୫ଲକ୍ଷ ୮୦ହଜାର ୯୯୬ଟି ଗଛ ନଷ୍ଟ କରାଯାଇଛି। ମାଲକାନଗିରୀ ଜିଲ୍ଲାରେ ୨୦୨୧-୨୨ଆର୍ଥିକ ବର୍ଷରେ ୨୫୨୮ଏକର ଜମିରେ ୧କୋଟି ୨ଲକ୍ଷ ୬୭ହଜାରଟି ଗଛ ଓ ୨୦୨୨-୨୩ଆର୍ଥିକ ବର୍ଷରେ ୧୯୬୮ଏକର ଜମିରେ ୨କୋଟି ୯ଲକ୍ଷ ୫୩ହଜାର ୧୦୦ଟି ଗଛ ନଷ୍ଟ କରାଯାଇ ଥିବା ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଛନ୍ତି। ରାଜ୍ୟରେ ସର୍ବାଧିକ କନ୍ଧମାଳ ଜିଲ୍ଲାରେ ଏବଂ ସର୍ବନିମ୍ନ କଳାହାଣ୍ଡି ଜିଲ୍ଲାରେ ଚାଷ ହେଉଛି। ଏହା ସହ ଗଜପତି, ବୈଦ୍ଧ, ଗଂଜାମ, ସମ୍ବଲପୁର,ଅନୁଗୁଳ ଓ ବ୍ରହ୍ମପୁର ଅବକାରୀ ଜିଲ୍ଲାରେ ଚାଷ ହେଉଥିବା ମନ୍ତ୍ରୀ କହିଛନ୍ତି।

ତେବେ ଏହି ଚାଷକୁ ରୋକିବା ଏବଂ ଚାଳାଣକୁ ରୋକିବା ଦିଗରେ ସରକାର ଯେଭଳି ପ୍ରୟାସ କରୁଥିବା କରାଯାଉ ନଥିବାରୁ ଦିନକୁ ଦିନ ଏହା ବୃଦ୍ଧି ପାଉଛି ବୋଲି ଅଭିଯୋଗ କରିଛନ୍ତି ଜୟପୁର ବିଧାୟକ। ଏହି ଗଂଜେଇ ଚାଷ ଓ ଚାଳାଣ ଫଳରେ କୋରାପୁଟ ଜିଲ୍ଲା ଏବଂ ଜୟପୁରରେ ଅପରାଧ, ଅପରାଧିଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ମାଉଜର ଭଳି ମାରାଣାତ୍ସ ବ୍ୟବସାୟ ବି ଜୋର ଧରିଛି। ଏଭଳି ଗଂଜେଇଚାଳାଣକାରୀ ମାନେ ସହରର ଶାନ୍ତି ଭଙ୍ଗ କରିବା ସହ ବଟି ଆଦାୟ କରିବା ସହ ଜୟପୁରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପୁଅକୁ ବି ମାରଣାନ୍ତକ ଅକ୍ରମଣ କରି ଗୁଳି କରିଥିଲେ ବୋଲି ବିଧାୟକ କହିଛନ୍ତି। ତୁରନ୍ତ ବେନିୟମ ଗଂଜେଇ ଚାଷ ଓ ଚାଳାଣକାରୀଙ୍କ ଧରପଗଡ଼କୁ ବ୍ୟାପକ କରିବାକୁ ବିଧାୟକ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସମ୍ବନ୍ଧିତ ଖବର