କଣ୍ଟାମାଳ: ରବିବାର ସକାଳ ୧୦ଟା ସମୟରେ ବୌଦ୍ଧ ଜିଲ୍ଲା ଲମ୍ବସରୀ ପଞ୍ଚାୟତ ଧେଣ୍ଡୋକୁଟି ଗ୍ରାମ ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି କଣ୍ଟାମାଳ ପୁଲିସ। ବିଶ୍ବସ୍ତ ସୂତ୍ରରୁ ଖବର ପାଇ କଣ୍ଟାମାଳ ଥାନାଧିକାରୀ ନଳିନୀକାନ୍ତ ଦାସ ପୁଲିସ ଟିମ୍ ଧରି ସେଠାରେ ଚଢ଼ଉ କରିଥିଲେ।
ଏଥିରେ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। କିଏ କେଉଁ ସ୍ଥାନକୁ ଗଞ୍ଜେଇ ଚୋରା ଚାଲାଣ କରିବାକୁ ରଖିଥିଲା ତା’ର ତଦନ୍ତ ଚାଲିଛି। ସୋମବାର ଜବତ ଗଞ୍ଜେଇ ଓଜନ କଲା ପରେ ତା’ର ପ୍ରକୃତ ପରିମାଣ ଜଣାପଡ଼ିବ ବୋଲି ଥାନାଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/18-13.jpg)