ଜୟପାଟଣା: ଜୟପାଟଣା ନିକଟ ପ୍ରତାପପୁର ଇନ୍ଦ୍ରାବତୀ ମୁଖ୍ୟ କେନାଲ ପାଖରୁ ୪୨୭ କେଜି ଗଞ୍ଜେଇ ୩ଟି ଗାଡ଼ି ଜବତ କରି ପୁଲିସ ୧୦ ଜଣଙ୍କୁ ଅଟକ ରଖିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ବଲେରୋ (ଓଡି ୩୩ ଏଏ ୨୦୨୭), ବାଇକ୍ (ଓଡି ୦୮ ଜି ୪୧୧୮) ଓ ଏକ ପିକ୍ଅପ୍ ଭ୍ୟାନ୍ରୁ ୧୭ଟି ପ୍ୟାକେଟରେ ଥିବା ଉକ୍ତ ଗଞ୍ଜେଇ ଜବତ କରିଛି।
ଅଟକମାନେ ହେଲେ ଟିକେଧର ଗୌନ୍ତିଆ, ଶୋଭା ମାଝୀ, ଦିବାକର ମାଝୀ, କୃଷ୍ଣ ବିଶି, ଶଙ୍କର ଧଙ୍ଗଡ଼ା ମାଝୀ, ରାଜେନ୍ଦ୍ର ଦଣ୍ଡସେନା, ସାଗର ପାଣିଗ୍ରାହୀ, ପିଙ୍କୁ ରାଉତ, ଦୟାସାଗର ପୋଢ଼, ରିପୁ ପୁଞ୍ଜି ପ୍ରମୁଖ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/19-19.jpg)