ଜୟପୁର:ଜୟପୁର ଅବକାରୀ ବିଭାଗ ପକ୍ଷରୁ ପାତ୍ରପୁଟ ଛକରେ ଜଣକୁ ଓ ବାମୁଣିଗାଁ ଛକରେ ଆଉ ଜଣଙ୍କୁ ଏଭଳି ୨ଜଣ ଗଂଜେଇ ଚାଳାଣକାରୀଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୨୭କିଲୋ ୨୦୦ଗ୍ରାମ ୩ଲକ୍ଷର ଗଂଜେଇ ଜବତ କରି ଉଭୟଙ୍କୁ କୋର୍ଟକୁ ଚାଳାଣ କରାଯାଇଥିବା କହିଛନ୍ତି ଅବକାରୀ ଇନିସପେକ୍ଟର ଦୁର୍ବାଦଳ ବିଶ୍ବାଳ।
ପାତ୍ରପୁଟ ଛକରେ ଜୟପୁର ଅବକାରୀଥାନା ଅଧିକାରୀ ସଂଜୟ କାଣ୍ଡି ପାଟ୍ରୋଲିଂ କରୁଥିବା ବେଳେ ଜଣେ ବ୍ୟକ୍ତି ବ୍ୟାଗ ଧରି ଠିଆ ହୋଇଥିବା ଦେଖି ଥିଲେ। ତାଙ୍କୁ ଦେଖି ସଂଦେହ ହେବାରୁ ସେ ଧରିଥିବା ବ୍ୟାଗ ଯାଂଚ କରିବାରୁ ସେଥିରେ ୧୨କେଜି ୨୦୦ଗ୍ରାମ ରହିଥିବା ଦେଖିବାକୁ ମିଳିଥିଲା। ଉକ୍ତ ଅଭିଯୁକ୍ତ ଜଣକ ମାଲାକାନଗିରୀ ଜିଲ୍ଲାର ପଖନାମୁଣ୍ଡା ଗାଁର ରତନ ମାଢ଼ୀ । ସେଭଳି ବାମୁଣିଗାଁ ଠାରେ ଅବକାରୀ ଇନିସପେକ୍ଟର ଦୁର୍ବାଦଳ ବିଶ୍ବାଳ ଗାଡ଼ି ମୋଟର ଯାଂଚ କରୁଥିଲେ। ଏ ସମୟରେ ବାମୁଣିଗାଁ ଛକରେ ବସକୁ ଆପେକ୍ଷା କରିଥିବା ଆଉ ଜଣେ ଅଭିଯୁକ୍ତ କବିନ୍ଦ୍ର ଖରାଙ୍କୁ ଦେଖି ସେ ଧରିଥିବା ବ୍ୟାଗ ଯାଂଚ କରିଥିଲେ। ବ୍ୟାଗରେ ୧୫କିଲୋ ଗଞ୍ଜେଇ ରହିଥିବା କହିଛନ୍ତି ଇନିସପେକ୍ଟର ଶ୍ରୀ ବିଶ୍ବାଳ। ସେ ହେଉଛନ୍ତି ମାଲକାନଗିରୀ ଜିଲ୍ଲା କବିନ୍ଦ୍ର ଖରା। ଉଭୟଙ୍କୁ କୋର୍ଟକୁ ଚାଳାଣ କରାଯାଇଛି। ଉଭୟଙ୍କୁ କୋର୍ଟ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛି।