ରାଉରକେଲା: ବିହାରକୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ପ୍ଲାଣ୍ଟସାଇଟ୍ ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଉଛନ୍ତି, ବିହାର ବରିହାଟୋଲା ଅଞ୍ଚଳର ସୁନୀଲ ଯ୍ୟାଦବ (୨୨) ଗୌରାନିମୀ ଅଞ୍ଚଳର ମୁକେଶ କୁମାର (୧୯)। ସେମାନଙ୍କଠାରୁ ୨୧ କେଜି ୪୮୦ ଗ୍ରାମ୍ ଗଞ୍ଜେଇ, ୨ଟି ମୋବାଇଲ ଓ ୧୧୦୦ ଟଙ୍କା ଜବତ କରିଛି। ଦୁଇ ଅଭିଯୁକ୍ତ ଜୟପୁରରୁ ଟ୍ରେନ୍ ଯୋଗେ ରାଉରକେଲା ଆଣିଥିଲେ।
ଆଜି ସକାଳେ ଷ୍ଟେସନରୁ ଏକ ଅଟୋ ଯୋଗେ ବିଶ୍ରା ବସ୍ ଷ୍ଟାଣ୍ଡକୁ ଆଣିଥିଲେ। ସେଠାରେ ବସ୍ ଯୋଗେ ବିହାରକୁ ଗଞ୍ଜେଇ ଚାଲାଣ କରିବାକୁ ଯୋଜନା କରିଥିଲେ। ପୁଲିସ ବିଶେଷ ସୂତ୍ରରୁ ଖବର ପାଇଁ ବସ୍ ଷ୍ଟାଣ୍ଡରେ ପହଞ୍ଚି ସେମାନଙ୍କର ଗତିବିଧି ସନ୍ଦେହଜନକ ହେବାରୁ ପୁଲିସ ପଚରାଉଚରା କରିଥିଲା। ପରେ ଯାଞ୍ଚ କରିବାରୁ ଗଞ୍ଜେଇ ଚାଲାଣ ବିଷୟରେ ଅବଗତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/9-3.jpg)