ବ୍ୟାସନଗର : ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ବାଡ୍‌ ପକ୍ଷରୁ ଆଜି ସନ୍ତରା ଛକରେ ଚଢ଼ଉ କରି ୨ କେଜି  ୩ ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ସନ୍ତରା ଗ୍ରାମର ଅନିଲ ବିଶ୍ଵାଳ। ଅବକାରୀ ଅଧୀକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ସୂଚନାକ୍ରମେ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ବାଡ୍‌ ଅଧିକାରୀ ସମୀର କୁମାର ମହାନ୍ତିଙ୍କ ସମେତ ଏକ ଟିମ୍‌ ସନ୍ତରା ଛକରେ ଚଢ଼ଉ କରିଥିଲେ। ଏକ ବାଇକରେ ଅଭିଯୁକ୍ତ ଅନିଲ ଗଞ୍ଜେଇ ନେଇକି ଆସୁଥିବା ବେଳେ ଧରାପଡ଼ିଥିଲା।

Advertisment

ଅଭିଯୁକ୍ତର କୋଭିଡ୍‌ ଟେଷ୍ଟ ପରେ  ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଛି ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଚଢ଼ଉରେ ଯାଜପୁର ରୋଡ୍‌ ଅବକାରୀ ଅଧିକାରୀ ସତ୍ୟନାରାୟଣ ପ୍ରଧାନ, ସୁକିନ୍ଦା ଅବକାରୀ ବିଭାଗ ଭାରପ୍ରାପ୍ତ ଅଧିକାରୀ ଭାରତ କୁମାର ମିଶ୍ର, ଏସଆଇ ଶୁଭସ୍ମିତା ପ୍ରଧାନ ଓ କ୍ଷୀରୋଦ କୁମାର ସାହୁ ସାମିଲ ଥିଲେ।