ଗଞ୍ଜେଇ ସହ ବାଇକ୍ ଜବତ, ଦମ୍ପତି ଗିରଫ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ପୁଲିସ ୧୪ କେଜି ୮ଶହ ଗ୍ରାମ ଗଞ୍ଜେଇ ସହ ଏକ ବାଇକ୍‌ ଜବତ କରିଛି। ଏହି ଚୋରାଚାଲାଣରେ ସମ୍ପୃକ୍ତ ଏକ ସମ୍ପତିଙ୍କୁ ପୁଲିସ ଗିରଫ କରିଛି।

ପୁଲିସ ସୂଚନା ଅନୁସାରେ, ଛତିଶଗଡ଼ ରାଜ୍ୟ ଦହେଲିଆର ରାହୁଲ ରାଜ ଓ ତାଙ୍କ ସ୍ତ୍ରୀ ସମ୍ବଲପୁର ବବିତା ସାହି ଏକ ବାଇକ୍‌ (ଓଡି ୩୧ଜି ୫୪୯୬)ରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ଗଞ୍ଜେଇ ନେଇ ରେଢ଼ାଖୋଲ, କଦଳୀଗଡ଼, ବୀରମହାରାଜପୁର ଜଙ୍ଗଲ ଦେଇ ଛତିଶଗଡ଼କୁ ଯାଉଥିଲେ। କୌଣସି ସୂତ୍ରରୁ ଖବର ପାଇ ସୁବଳୟା ଥାନା ଏସ୍‌ଆଇ ଦୀପ୍ତିରଞ୍ଜନ ଦିଗାଲ ଓ ଅନ୍ୟମାନେ ରେଢ଼ାଖୋଲ ରାସ୍ତାରୁ ଡୁଲେଶ୍ବର ନିକଟରେ ଧରିଥିଲେ। ଏ ‌ବାବଦରେ ସୁବଳୟା ଥାନା କେସ୍‌ ନମ୍ବର ୪୧/୨୦୨୨ରେ ମାମଲା ରୁଜୁ ହୋଇଛି। ଥାନା ଅଧିକାରୀ ଅନିତା କିଡୋ ତଦନ୍ତ କରୁଛନ୍ତି। ଦୁଇ ଅଭିଯୁକ୍ତଙ୍କୁ ସୋନପୁର ସ୍ବତନ୍ତ୍ର କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର