ଜଳେଶ୍ୱର: ଅବକାରୀ କମିସନର ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶରେ ଏବଂ ଡେପୁଟି କମିସନର ରଜତ କୁମାର ପ୍ରହରାଜଙ୍କ ତତ୍ତ୍ବାବଧାନରେ ଜଳେଶ୍ୱର ଅବକାରୀ ସାଟେଲାଇଟ୍‌ ୟୁନିଟ୍‌ ପକ୍ଷରୁ ଆଜି ପୂର୍ବାହ୍ନ ୭ଟା ବେଳେ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଚାଲନ୍ତି ବାଇପାସ୍‌ ନିକଟରେ ଚଢ଼ାଉ କରାଯାଇଥିଲା।

Advertisment

ଏହି ସମୟରେ ୭୬ କିଗ୍ରା ଗଂଜେଇ ସହ ଜଣେ ବଙ୍ଗୀୟ ଯୁବକ ଗିରଫ ହୋଇଥି‌ଲେ। ସେ ଓଡି-୦୨-୦୦୯୨ ନମ୍ବରର ଏକ କାର୍‌ରେ ଗଞ୍ଜେଇ ନେଇ ଓଡ଼ିଶାରୁ ପଶ୍ଚିମବଙ୍ଗ ଯାଉଥିଲେ। ଜବତ ଗଞ୍ଜେଇର ମୂଲ୍ୟ ୭ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଥିବା ବେଳେ ଗିରଫ ଯୁବକ ଜଣକ ପଶ୍ଚିମବଙ୍ଗର ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲା ମନ୍ଦିର ବଜାର ଥାନା ମଧୁସୂଦନପୁର ଗାଁ’ର ସୁମନ୍ତ ହାଲଦାର ବୋଲି ଜଣାପଡ଼ିଛି। ଚଢ଼ାଉରେ ଆଇସି ସତ୍ୟଜିତ ଖଟୁଆ, ଓଆଇସି ଏନ୍‌ ଜାଗିନୀ ରାଓ, ଏଏସ୍‌ଆଇ ମଧୁସୂଦନ ସେଠ, ସାଲାଇ ହେମ୍ବ୍ରମ, କନେଷ୍ଟବଳ ସୂରଜ ବାଇଗା, ମଧୁସ୍ମିତା ମହାନ୍ତି ପ୍ରମୁଖ ସାମିଲ ଥିଲେ।