୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ବସ୍ତା-୨/ଗାନ୍ଧିଛକ/ବାହାର୍ଦ୍ଦା: କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଓ ବାଲେଶ୍ବର ଅବକାରୀ ବିଭାଗ ମିଳିତ ଚଢ଼ଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ୪ଜଣଙ୍କୁ ଗିରଫ କରିଛନ୍ତି।

ପୂର୍ବ ସୂଚନା ଆଧାରରରେ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ସହ ଜିଲ୍ଲା ଅବକାରୀ ବିଭାଗ ରାଜଘାଟଠାରେ ଛକି ବସିଥିବା ବେଳେ, ଅପରାହ୍ନ ୨ଟାରେ ରାଜପଥର ରାଜଘାଟ ବଜାର ନିକଟରୁ କୋଲକାତା ଅଭିମୁଖେ ଯାଉଥିବା ଓଡି ୦୨ଡି ୨୮୩୫ ଟାଟା ସଫାରି ଓ ଓଡି ୦୧ ୪୭୭୯ ଇଣ୍ଡିଗୋକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଉଭୟ ଗାଡ଼ିରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଦେଖି ସେଥିରେ ଥିବା  ଚାରିଜଣ ମାଫିଆଙ୍କୁ ମାଡ଼ି ବସିଥିଲେ। ହେଲେ ଓଡି ୦୨ଆର୍ ୬୪୩୨ ଇନୋଭା ଫେରାର ହେବାରେ ସକ୍ଷମ ହୋଇଥିଲା। ଜବତ ଗଞ୍ଜେଇର ପରିମାଣ ଆକଳନ ହୋଇନଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ ହେବ ବୋଲି କୁହାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ଜଳେଶ୍ବର ଥାନା ସୁଗୋ ଅଞ୍ଚଳର ସଞ୍ଜୀବ ପାତ୍ର (୨୫) ଓ ବୁଦ୍ଧେଶ୍ବର ଜେନା (୪୧), ସୋର ଥାନା ବଉଳଗଡ଼ିଆ ଗ୍ରାମର ଉତ୍ତମ ମଲ୍ଲିକ (୨୨) ଓ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ଧନୁ ପ୍ରଧାନ (୪୧)।

ସମ୍ବନ୍ଧିତ ଖବର