ଚମ୍ପୁଆ: ପ୍ରକଳ୍ପର ଅବଧି ଶେଷ ହେବା ସତ୍ତ୍ବେ ମଧ୍ୟ ସରୁନି କେନାଲ ମରାମତି କାମ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଚମ୍ପୁଆ ବ୍ଲକ୍ର ସୁନାପଶି ଗ୍ରାମରେ। ଚମ୍ପୁଆ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ସୁନାପଶି ଗ୍ରାମରେ ଏକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି। ଏହି ପ୍ରକଳ୍ପରୁ କେନାଲ ଯୋଗେ ଇନ୍ଦ୍ରପସ୍ତ ଏବଂ ବାଙ୍କ ଗ୍ରାମର ଚାଷଜମିକୁ ଜଳ ଯୋଗାଣ କରାଯାଉଛି। ବହୁଦିନ ହେଲା ମରାମତି ଅଭାବରୁ ପ୍ରକଳ୍ପର ଜଳଧାରଣ କ୍ଷମତା ହ୍ରାସ ପାଇଛି। ଉଭୟ ପ୍ରକଳ୍ପ ଏବଂ କେନାଲ ମରାମତି ପାଇଁ ବିଶ୍ବବ୍ୟାଙ୍କ ପକ୍ଷରୁ ୫୬ ଲକ୍ଷ ୩୩ ହଜାର ୮୬୦ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି।
ଠିକାଦାର ପ୍ରଫୁଲ୍ଲ କୁମାର ମିଶ୍ର ମରାମତି କାମ କରୁଛନ୍ତି। ୨୦୨୨ ଜୁନ୍ ୭ରୁ କାମ ଆରମ୍ଭ ହୋଇ ୨୦୨୩ ମାର୍ଚ୍ଚ ୪ ତାରିଖରେ ଶେଷ ହେବା କଥା। କିନ୍ତୁ ଅବଧି ଶେଷ ହେବା ସତ୍ତ୍ବେ ଏଯାଏ ମାତ୍ର ୨୦ ପ୍ରତିଶତ କାମ ହୋଇଛି। ଆଗକୁ ବର୍ଷାଦିନ ଆସୁଥିବାରୁ କାମ ବନ୍ଦ ରହିବ। ଏହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ କ୍ଷୁଦ୍ର ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଅଜିତ ନାଏକ ଙ୍କୁ ପଚାରିବାରୁ ଠିକାଦାର ଠିକ୍ ସମୟରେ କାମ ଶେଷ କରି ନପାରିବାରୁ ଆଉ ଅଧିକ ୬ ମାସ ସମୟ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/18-8.jpg)