ଅଗଷ୍ଟ ୧୩ ଯାଏଁ ଟିଟିଲାଗଡ଼-ରାୟଗଡ଼ା ମଧ୍ୟରେ ୩ ଟ୍ରେନ୍‌ ବାତିଲ

ଭୁବନେଶ୍ୱର: ଟ୍ରେନ୍‌ ଓ ଯାତ୍ରୀମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ଟିଟିଲାଗଡ଼-ରାୟଗଡ଼ା ସେକ୍ସନରେ କିଛି ଟ୍ରେନ୍‌କୁ ବାତିଲ ଓ କିଛି ଟ୍ରେନ୍‌କୁ ଆଂଶିକ ବାତିଲ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ସେକ୍ସନ ଅଧିନରେ ଥିବା ବିଭିନ୍ନ ସମସ୍ୟା ନେଇ ପୂର୍ବତଟ ରେଳପଥର ଅଧିକାରୀମାନେ ଯାଞ୍ଚ କରିବେ। ସୂଚନାଯୋଗ୍ୟ ବନ୍ୟା ପରେ ରାୟଗଡ଼ା-ଟିଟିଲାଗଡ଼ ସେକ୍ସନ ଅନ୍ତର୍ଗତ ଦୋଇକାଲୁ ଓ ଅମ୍ବାଦୋଲା ଷ୍ଟେସନ ପ୍ରଭାବିତ ହୋଇଛି।

ବାତିଲ ହୋଇଥିବା ଟ୍ରେନ୍‌:
-ଟ୍ରେନ୍‌ ନମ୍ବର ୫୮୫୨୯/୫୮୫୩୦ ଦୁର୍ଗ-ବିଶାଖାପାଟଣା ପାସେଞ୍ଜର ଅଗଷ୍ଟ ୯ରୁ ୧୩ ଉଭୟ ପାର୍ଶ୍ୱରୁ ବାତିଲ
-ଟ୍ରେନ୍‌ ନମ୍ବର ୫୮୩୦୧/୫୮୩୦୨ ସମ୍ବଲପୁର-କୋରାପୁଟ-ସମ୍ବଲପୁର ପାସେଞ୍ଜର ଅଗଷ୍ଟ ୧୦ରୁ ୧୩ ଉଭୟ ପାର୍ଶ୍ୱରୁ ବାତିଲ
-ଟ୍ରେନ୍‌ ନମ୍ବର ୫୮୩୦୩/୫୮୩୦୪ ସମ୍ବଲପୁର-ଜୁନାଗଡ଼ରୋଡ-ସମ୍ବଲପୁର ପାସେଞ୍ଜର ଅଗଷ୍ଟ ୧୦ରୁ ୧୩ ଉଭୟ ପାର୍ଶ୍ୱରୁ ବାତିଲ

ସମ୍ବନ୍ଧିତ ଖବର