ଭୁବନେଶ୍ବର: ଆଜି ‘ବିଶ୍ୱ ଗୋଲାପ ଦିବସ’ ଅବସରରେ ‘ଆୱାକେନ୍ ଟ୍ରଷ୍ଟ’ ପକ୍ଷରୁ ସ୍ବାଗତିକା ଆଚାର୍ଯ୍ୟଙ୍କ ପ୍ରୟାସରେ କର୍କଟ ରୋଗ ସହ ଲଢ଼ି ସେଥିରୁ ମୁକ୍ତ ହୋଇଥିବା କର୍କଟ ଯୋଦ୍ଧା ବିଧାନସଭାଠାରେ ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟିଥିଲେ। ବାଚସ୍ପତି ଶ୍ରୀମତୀ ପାଢ଼ୀ ସେମାନଙ୍କୁ ଗୋଲାପଗୁଚ୍ଛ ପ୍ରଦାନ କରି ସେମାନଙ୍କର ଦୃଢ଼ ମନୋବଳର ପ୍ରଶଂସା କରିବା ସହ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ। ଏହି ଅବସରରେ ଉପବାଚସ୍ପତି ଭବାନୀଶଙ୍କର ଭୋଇ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ, ବିଧାୟକ ଇରାଶିଷ ଆଚାର୍ଯ୍ୟ ଓ ବାବୁ ସିଂ, ବିଧାନସଭାର ସଚିବ ସତ୍ୟବ୍ରତ ରାଉତ ପ୍ରମୁଖ ଉପସ୍ଥିତ ରହି କର୍କଟ ଯୋଦ୍ଧାଙ୍କର ମାନସିକ ଶକ୍ତି ବୃଦ୍ଧି କରିବା ସହ ଏହି ଯାତ୍ରାରେ ଲଢ଼େଇ ଜାରି ରଖିବା ପାଇଁ ଉତ୍ସାହିତ କରିଥିଲେ।
ବିଧାନସଭାରେ ବାଚସ୍ପତିଙ୍କୁ ଭେଟିଲେ କର୍କଟ ଯୋଦ୍ଧା
ଆଜି ‘ବିଶ୍ୱ ଗୋଲାପ ଦିବସ’ ଅବସରରେ ‘ଆୱାକେନ୍ ଟ୍ରଷ୍ଟ’ ପକ୍ଷରୁ ସ୍ବାଗତିକା ଆଚାର୍ଯ୍ୟଙ୍କ ପ୍ରୟାସରେ କର୍କଟ ରୋଗ ସହ ଲଢ଼ି ସେଥିରୁ ମୁକ୍ତ ହୋଇଥିବା କର୍କଟ ଯୋଦ୍ଧା ବିଧାନସଭାଠାରେ...
/sambad/media/media_files/2025/09/23/untitled-15-2025-09-23-07-52-59.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)