ନୂଆଦିଲ୍ଲୀ: ଓଡ଼ିଶାରେ ଗତ ୩ ବର୍ଷ ହେଲା କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବରଗଡ଼ ଜିଲ୍ଲାରେ କର୍କଟ ରୋଗୀଙ୍କ ସଂଖ୍ୟାକୁ ନେଇ ରାଜ୍ୟସଭା ସଦସ୍ୟ ପ୍ରସନ୍ନ କୁମାର ଆଚାର୍ଯ୍ୟଙ୍କ ଦ୍ୱାରା ପଚରାଯାଇଥିବା ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଏହା କହିଛନ୍ତି। ୨୦୧୪ରୁ ୨୦୧୬ ମଧ୍ୟରେ ଓଡ଼ିଶାରେ ୧୪୩୦୭୮ଟି ମାମଲା ପଞ୍ଜୀକୃତ ହୋଇଛି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୨୦୧୪ରେ ଓଡ଼ିଶାରେ ୪୫୭୩୬ଟି, ୨୦୧୫ରେ ୪୭୬୬୬ଟି ଓ ୨୦୧୬ରେ ୪୯୬୭୪ଟି କ୍ୟାନସର ମାମଲା ରେକର୍ଡ କରାଯାଇଥିବାବେଳେ ସାରା ଦେଶରେ ଗତ ୩ ବର୍ଷରେ ୪୧୬୮୦୪୩ଟି ମାମଲା ଆସିଛି।
ଏନ୍ପିସିଡିସିଏସ୍ କାର୍ଯ୍ୟକ୍ରମ ଅଧୀନରେ କେନ୍ଦ୍ର ସରକାର କଟକର ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ରାଜ୍ୟ କର୍କଟ ସଂସ୍ଥା ପ୍ରତିଷ୍ଠା ପାଇଁ ମଞ୍ଜୁରି ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ, ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ, ବୁର୍ଲା ଓ ଜିଲ୍ଲା ହସ୍ପିଟାଲ, ଭବାନୀପାଟଣରେ ଟର୍ସିଆରି କ୍ୟାନସର କେୟାର ସେଣ୍ଟର ସ୍ଥାପନ ପାଇଁ କେନ୍ଦ୍ର ନିକଟକୁ ପ୍ରସ୍ତାବ ଦିଆଯାଇଥିଲା।
ଓଡ଼ିଶାରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି
/sambad/media/post_attachments/wp-content/uploads/2018/01/cancer.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)