ଆଜି କ୍ୟାନସର୍‌ ସର୍ଭାଇବର୍ସ ‌ଡେ’: କର୍କଟ ସହ ଲଢ଼ୁଛି ବରଗଡ଼

ବରଗଡ଼: ରବିବାର କ୍ୟାନ୍‌ସର୍‌ ସର୍ଭାଇବର୍ସ ଡେ’। କର୍କଟର ମୁକାବିଲା ଏବଂ ସଚେତନତା ପାଇଁ ବରଗଡ଼ରେ ସଭିଏଁ ଏକଜୁଟ୍‌। କର୍କଟ ସହ ଲଢ଼ୁଥିବା ବରଗଡ଼ ଜିଲ୍ଲାରେ କିନ୍ତୁ ରୋଗୀଙ୍କ ଉପଚାର ପାଇଁ ଠୋସ୍ ପଦକ୍ଷେପ  ନାହିଁ। ଦେଶରେ ଭଟିଣ୍ତା ସହର ପରେ ସର୍ବାଧିକ କ୍ୟାନସର ରୋଗୀ ବରଗଡ଼ ଜିଲ୍ଲାରେ ଥିବା ପରିସ˚ଖ୍ୟାନରେ ଦର୍ଶାଯାଉଛି। ଦେଶର ଦ୍ବିତୀୟ କ୍ୟାନସର କ୍ୟାପିଟାଲର ମାନ୍ୟତା ପାଇଛି ବରଗଡ଼। କିନ୍ତୁ ଉପଚାର ପାଇଁ ଠୋସ୍‌ ସାଧନ ନଥିବାରୁ ରୋଗୀ ସ˚ଖ୍ୟା ବଢ଼ି ଚାଲିଛି। ତେଣୁ ଯେଉଁମାନେ କର୍କଟ ରୋଗୀ ବୋଲି ଚିହ୍ନଟ ହେଉଛନ୍ତି, ସେମାନଙ୍କ ଉପଚାରରେ ଢେର ବିଳମ୍ବ ହୋଇ ଯାଉଛି। ଫଳରେ ଅଧିକା˚ଶ ରୋଗୀ ଠିକଣା ସମୟରେ ଉପଚାର ଅଭାବରୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଗ୍ରାମାଞ୍ଚଳରେ ଗୁଡ଼ାଏ କ୍ୟାନସର ରୋଗୀ ଚିହ୍ନଟ ହୋଇ ପାରୁନାହାନ୍ତି। ଜିଲ୍ଲାରେ ଅଧିକା˚ଶ କର୍କଟ ଜନିତ ରୋଗୀ ଚିକିତ୍ସା ଅଭାବରୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି।

ଆଶା ବଢ଼ାଉଛି ପୂର୍ଣ୍ଣାଂଗ ହସ୍ପିଟାଲ

ବରଗଡ଼ରେ ପ୍ରସ୍ତାବିତ ପୂର୍ଣ୍ଣାଂଗ କ୍ୟାନ୍‌ସର୍‌ ହସ୍ପିଟାଲ ଏକ ନୂଆ ଆଶାର କିରଣ ଭାବେ ଉଭା ହୋଇଛି। ପୂର୍ଣ୍ଣାଂଗ ହସ୍ପିଟାଲ ପାଇଁ ସ୍ବାସ୍ଥ୍ୟ ବିଭାଗ ୯୦.୨୭ କୋଟି ଟଙ୍କା ମଂଜୁର କରି ସାରିଛି। ଏଠାରେ ରେଡିଏସନ୍‌ ଥେରାପି ୟୁନିଟ୍‌, ବଙ୍କର୍‌, ମେଡିକାଲ୍‌ ଅଙ୍କେ‌ାଲୋଜି ଓପିଡ଼ି, ସର୍ଜିକା‌ଲ ଅଙ୍କୋଲୋଜି ଓପିଡି ଓ ୨୦ଶଯ୍ୟା ବିଶିଷ୍ଟ ଡେ’ କେୟାର, ପିଇଟିସିଟି, ଗ୍ରାମା ହଟ୍‌ ଚେମ୍ବର, ମହଲାରେ ଆଇପିଡି ମେଡିକାଲ୍‌ ଅଙ୍କୋଲୋଜି,  ସର୍ଜିକା‌ଲ ଅଙ୍କୋଲୋଜି, ୨ଟି ଅସ୍ତ୍ରୋପଚାର କକ୍ଷ, ଏବଂ ଆଇସିୟୁ ବ୍ୟବସ୍ଥା ରହିବ। ଏହି ହସ୍ପିଟାଲ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବା ପରେ ବରଗଡ଼ର କ୍ୟାନ୍‌ସର୍‌ ରୋଗୀଙ୍କ କଷ୍ଟ ଲାଘବ ହେବା ସମ୍ଭାବନା ରହିଛି।

କୀଟନାଶକ, ପଲିଥିନ୍‌ରେ ରୋକ୍‌ ଲାଗୁନି

୧୯୫୦ ମସିହାରୁ ହୀରାକୁଦ ଜଳଭଣ୍ଡାରରୁ ବରଗଡ଼କୁ ଜଳସେଚନ ବ୍ୟବସ୍ଥା ହେବା ପରେ  ବର୍ଷ ସାରା ଏଠାରେ ପନିପରିବା ଓ ଧାନ ଚାଷ ଆରମ୍ଭ ହୋଇଥିଲା। ଗୋଟେ ବର୍ଷରେ ଦୁଇ ଥର ଏଠାରେ ଧାନଚାଷ ହେଉଥିବା ଦେଖି ଆନ୍ଧ୍ରପ୍ରଦେଶ ଅଞ୍ଚଳରୁ ବହୁ ଚାଷୀ ଆସି ଏଠାରେ ନିଜର ଚାଷ ଆରମ୍ଭ କରିଦେଇଥିଲେ। ଅତ୍ୟଧିକ ଫସଲ ଅମଳ ପାଇଁ ଚାଷୀ ଅଧିକ ସାର ଓ କୀଟନାଶକ ପ୍ରୟୋଗ କରିବା ଶିଖିଲେ । ଚାଷୀ ଭଲ ରୋଜଗାର କଲା। ହେଲେ ସାର ଓ କୀଟନାଶକ ପ୍ରୟୋଗର ସନ୍ତୁଳନ ନଥିବାରୁ ଜମି ଓ ଫସଲ ବିଷ ବଳୟରେ ରହିଗଲା।   କେନାଲ୍‌ ପାଣି ଠାରୁ ଆରମ୍ଭ କରି ପନିପରିବା ସବୁ ବିଷ ପାଲଟିଛି। ସେହିପରି ବରଗଡ଼ ସହରରେ ନିମ୍ନମାନର ପଲିଥିନ୍‌ ବ୍ୟବହାର ଉପରେ କଟକଣା ରହିଛି। ହେଲେ ଏହାକୁ କେହି ଖାତିର କରୁନାହାନ୍ତି। ପୌରପ୍ରଶାସନ ବର୍ଷକୁ ଥରେ ଦୁଇ ଥର ଚଢ଼ଉ କରି ଚୁପ୍‌ ବସିଛି। ଯଦ୍ବାରା ପଲିଥିନ୍‌ ସବୁଠି ଉଡ଼ୁଛି।

ରୋଗୀସଂଖ୍ୟା କେତେ?

ବରଗଡ଼ ଜିଲ୍ଲାରେ କର୍କଟ ରୋଗୀ ସ˚ଖ୍ୟା କେତେ ରହିଛି, ସେନେଇ ସରକାରୀ ଖାତାରେ କୌଣସି ପରିସ˚ଖ୍ୟାନ ନାହିଁ। ବିଭିନ୍ନ ଜିଲ୍ଲାରେ କ୍ୟାନସର ରୋଗୀଙ୍କୁ ମାଗଣା କେମୋଥେରାପି ଦେବା ପାଇଁ ବ୍ୟବସ୍ଥା ରହିଛି। କେବଳ ଥେରାପି ନେଉଥିବା ବ୍ୟକ୍ତିଙ୍କ ନାମ ଦରଜ ରହୁଛି। ତେବେ ହଜାର ହଜାର କେନସର ରୋଗୀ ଏ   ଯାଏଁ ଚିହ୍ନଟ ହୋଇନାହାନ୍ତି। ରୋଗୀ ଚିହ୍ନଟ ପାଇଁ ସର୍ଭେ ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଉଥିଲା। କିନ୍ତୁ ବ୍ୟୟବରାଦ ଏବଂ କର୍ମଚାରୀ ନିୟୋଜନ ଦୋଛକି ମଧ୍ୟରେ ଏହି ପ୍ରକ୍ରିୟା ଠପ୍‌ ରହିଛି। ଗତ ୨୦୧୪ -୧୫ରେ ୧୦୧୭ ଜଣ କ୍ୟାନ୍‌ସର ରୋଗୀଙ୍କ ଚିହ୍ନଟ ହୋଇଥିବା ବେଳେ, ୨୦୧୫-୧୬ରେ ୧୦୬୫ ଜଣ, ୨୦୧୬ -୧୭ ରେ ୧୦୯୮ ଜଣ, ୨୦୧୭ -୧୮ରେ ପାଖାପାଖି ୧୧ଶହ ରୋଗୀ ଥିବା ଜଣାପଡ଼ିଛି। କିନ୍ତୁ ଏହି ହିସାବ ସଂପୂର୍ଣ୍ଣ ନୁହଁ। ଏବେ ରୋଗୀସଂଖ୍ୟା କେତେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପାଖରେ ବି ଖବର ନାହିଁ।

ସମ୍ବନ୍ଧିତ ଖବର