ଜବଲପୁର‌େର ଓଡ଼ିଆ ଅଧିକାରୀଙ୍କୁ ହତ୍ୟା ମାମଲା : ଗୋଳାବାରୁଦ କାରଖାନାରେ ମହମବତୀ ‌ଶୋଭାଯାତ୍ରା

ସଇଁନ୍ତଲା : ପ୍ରତିରକ୍ଷା ବିଭାଗର ଜବଲପୁରଠାରେ ଥିବା ଗନ୍‌ କ୍ୟାରେଜ କାରଖାନାରେ କାର୍ଯ୍ୟରତ ଓଡ଼ିଆ ଅଧିକାରୀ ଜଗତସିଂହପୁର ଜିଲ୍ଲା କୋକିଳପୁର ଗାଁର ସାରଦା ଚରଣ ଖଟୁଆଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରି ହତ୍ୟା କରିଥିବା ଜଣାପଡ଼ିବା ପରେ ତାଙ୍କ ସ୍ମୃତିରେ ସ୍ଥାନୀୟ ବଡ଼ମାଳ ଗୋଳାବାରୁଦ କାରଖାନାର ବିଭିନ୍ନ ଶ୍ରମିକ ସଂଗଠନ, ଗ୍ରୁପ ବି ଗେଜେଟେଡ଼ ଆସୋସିଏସନ ତରଫରୁ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ସାରଦା ଖଟୁଆ ବଡ଼ମାଳ ଗୋଳାବାରୁଦ କାରଖାନାରେ ଅଟୋମୋବାଇଲ ଚାର୍ଜମେନ ପଦରେ ୧୯୯୪ ମସିହାରୁ ୨୦୦୨ପର୍ଯ୍ୟନ୍ତ କାର୍ଯ୍ୟ କରିବା ପରେ ପଦୋନ୍ନତି ପାଇ ଜବଲପୁର ଗନ କ୍ୟାରେଜ କାରଖାନାକୁ ବଦଳି ହୋଇଥିଲେ। ସେଠାରେ ଧନୁଷ ଟ୍ୟାଙ୍କ ପ୍ରକଳ୍ପରେ କାମ କରୁଥିଲେ। ଏହି ଟ୍ୟାଙ୍କରେ ବ୍ୟବହାର ପାଇଁ ଜର୍ମାନୀ ତିଆରି ବେରିଂ ଯୋଗାଇବାକୁ ଦିଲ୍ଲୀର ଏକ ନିର୍ଦ୍ଦିଷ୍ଟ ସପ୍ଲାୟାରଙ୍କୁ ଦାୟିତ୍ବ ମିଳିଥିଲା। ସଂପୃକ୍ତ କମ୍ପାନୀ କିନ୍ତୁ ଚାଇନା ନିର୍ମିତ କମ୍ପାନୀର ଡୁପ୍ଲିକେଟ ବେରିଂ ସପ୍ଲାଇ କରିଥିବା ଘଟଣା ସିବିଆଇ ଦ୍ବାରା ତଦନ୍ତ ଚାଲିଛି। ଏହି ତଦନ୍ତରେ ସାରଦା ନିଜର ସଚ୍ଚୋଟତା ଦେଖାଇ ହତ୍ୟାର ଶିକାର ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର