ଭୁବନେଶ୍ବର : ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୦ରୁ ବଞ୍ଚିତ ପ୍ରାର୍ଥୀଙ୍କୁ ପୁଣି ଥରେ ପରୀକ୍ଷା ଦେବା ପାଇଁ ସୁଯୋଗ ମିଳିବ। ସିଭିଲ୍ ସର୍ଭିସ ଆଶାୟୀ ପ୍ରାର୍ଥୀଙ୍କ ଦାବିକୁ ଗ୍ରହଣ କରି ପୁଣି ଥରେ ସେମାନଙ୍କୁ ପରୀକ୍ଷା ଦେବାକୁ ସୁଯୋଗ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଓଡ଼ିଶା ସିଭିଲ୍ ସର୍ଭିସ ଅଧିନିୟମ ୧୯୯୧ରେ ଆବଶ୍ୟକ ସଂଶୋଧନ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସଂକଳ୍ପ ଜାରି କରାଯାଇଛି। ୨୦୧୮ ଓ ୨୦୧୯ ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ଯେଉଁ ପ୍ରାର୍ଥୀମାନେ ବୟସ ଅତିକ୍ରାନ୍ତ କିମ୍ବା ପରୀକ୍ଷା ଦେବା ପାଇଁ ଧାର୍ଯ୍ୟ ସୁଯୋଗ ହରାଇଥିବା କାରଣରୁ ୨୦୨୦ ସିଭିଲ ସର୍ଭିସ ପରୀକ୍ଷା ଦେବାରୁ ବଞ୍ଚିତ ହେଉଥିଲେ, ସେମାନଙ୍କୁ ଚଳିତ ବର୍ଷ ଆଉ ଥରେ ଅନୁକମ୍ପାମୂଳକ ସୁଯୋଗ ମିଳିବ।
ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାରୁ ବଞ୍ଚିତ ପ୍ରାର୍ଥୀଙ୍କୁ ମିଳିବ ସୁଯୋଗ
/sambad/media/post_attachments/wp-content/uploads/2020/07/opsc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)