ଭୁବନେଶ୍ୱର: ରାଜ୍ୟର କେତେକ ଲୋକସଭା ଏବଂ ବିଧାନ ସଭା ଆସନ ଲାଗି ଗୁରୁବାର ଦିନ ବିଭିନ୍ନ ଦଳର ପ୍ରାର୍ଥୀମାନେ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିବାର ଖବର ଆସିଛି।
/sambad/media/post_attachments/wp-content/uploads/2019/04/sambalpur-300x169.jpg)
ସମ୍ବଲପୁର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଡାକ୍ତର ଅଶ୍ୱିନୀ ପୂଜାହାରୀ , ଲୋକସଭା ଆସନ ଲାଗି ବିଜେଡି ପ୍ରାର୍ଥୀ ନଳିନୀ ପ୍ରଧାନ ଓ କଂଗ୍ରେସର ଶରତ ପଟ୍ଟନାୟକ ତାଙ୍କର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।
/sambad/media/post_attachments/wp-content/uploads/2019/04/mahes-dkl-300x169.jpg)
ଢେଙ୍କାନାଳ ଲୋକସଭା ଆସନ ଲାଗି ବିଜେଡି ପ୍ରାର୍ଥୀ ମହେଶ ସାହୁ ତାଙ୍କର ସମର୍ଥକ ଓ ଦଳୀୟ କର୍ମୀଙ୍କ ସହ ଯାଇ ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀ ନିଖିଳ ପବନ କଲ୍ୟାଣଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
/sambad/media/post_attachments/wp-content/uploads/2019/04/rudra-pani-300x169.jpg)
ଢେଙ୍କାନାଳ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ମଧ୍ୟ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
/sambad/media/post_attachments/wp-content/uploads/2019/04/naveen-nanda-300x169.jpg)
ଢେଙ୍କାନାଳ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ନବୀନ ନନ୍ଦ ମଧ୍ୟ ଉପଜିଲ୍ଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନଙ୍କ କାର୍ଯ୍ୟାଳୟରେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
/sambad/media/post_attachments/wp-content/uploads/2019/04/dhada-300x169.jpg)
ସୋର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ପର୍ଶୁରାମ ଧଡ଼ା ମଧ୍ୟ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
/sambad/media/post_attachments/wp-content/uploads/2019/04/simulia-300x169.jpg)
ବାଲେଶ୍ୱର ସିମୁଳିଆ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
/sambad/media/post_attachments/wp-content/uploads/2019/04/prafulla-bjd-300x169.jpg)
ଭଣ୍ଡାରୀପୋଖରୀ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ମଧ୍ୟ ଆଜି ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
/sambad/media/post_attachments/wp-content/uploads/2019/04/bjd-manju-mandal-300x169.jpg)
ଭଦ୍ରକ ଲୋକସଭା ଆସନରୁ ମଞ୍ଜୁଲତା ମଣ୍ଡଳ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
/sambad/media/post_attachments/wp-content/uploads/2019/04/banger-blast-300x169.jpg)
ପାଟକୁରା ବିଧାନସଭା ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀଭାବେ ପରମାନନ୍ଦ ମହାରଣା ନାମକ ଜଣେ ବ୍ୟକ୍ତି ଫର୍ମ ପୂରଣ ନ କରି ଶୋଭାଯାତ୍ରାରେ ବାଣ ଆଦି ଫୁଟାଇ ରିଟର୍ଣ୍ଣିଂ ଅଫିସର୍ଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ବାଣ ଫୁଟିବା ଯୋଗୁଁ ଶୋଭାଯାତ୍ରାରେ ଥିବା ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ପ୍ରାର୍ଥୀଜଣକ ଫର୍ମପୂରଣ କରି ନ ଥିବାରୁ ପ୍ରାର୍ଥୀପତ୍ର ଦାଖଲ କରି ନ ପାରି ଫେରି ଯାଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Nomination-Filling-in-Odisha-for-MP-MLA_Thumbnail.jpg)