ଭୁବନେଶ୍ବର: ଓଡ଼ିଶାରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା‌ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ବିଜେପି)। ଏଥର ୨୧ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି। କେଉଁ ପ୍ରାର୍ଥୀଙ୍କ ନାମ କେଉଁ ନିର୍ବାଚନ ମଣ୍ଡଳୀ ପାଇଁ ଘୋଷଣା ହୋଇଛି ତାହା ନିମ୍ନରେ ଉଲ୍ଲେଖ କରାଯାଇଛି।

Advertisment

ବିଜେପି ସାର୍ବଜନୀନ କରିଥିବା ତାଲିକା ଅନୁଯାୟୀ ରାଉରକେଲାରୁ ଦିଲ୍ଲୀପ ରାୟ ନିର୍ବାଚନ ଲଢ଼ିବାକୁ ଯାଉଥିବା ବେଳେ ଜଗତ୍‌ସିଂହପୁର ବିବାଦ ମଧ୍ୟରେ ଅମରେନ୍ଦ୍ର ଦାସଙ୍କୁ ସୁଯୋଗ ମିଳିଛି। ଚିତ୍ରକୋଣ୍ଡାରୁ ଡମ୍ବରୁ ଶିସା, ଲକ୍ଷ୍ମୀପୁରରୁ କୈଳାସ କୁଲେସିକା, ବାଲିକୁଦା - ଏରସମାରୁ ସତ୍ୟ ସାରଥୀ ମହାନ୍ତିଙ୍କ ନାମ ଘୋଷଣା ହୋଇଛି।

PRESS RELEASE--2nd List of ODISHA Legislative Assembly Election 2024 on 16.04.2024

ଏଥର ବି କଟକର ୨ଟି ଆସନ ଝୁଲି ରହିଛି। ବାରବାଟୀ-କଟକ ଓ ସାଲେପୁର ପାଇଁ ଦଳ କାହାର ବି ନାମ ଘୋଷଣା କରିନାହିଁ। କଟକର ୨ ଆସନ ପରି ଜୟପୁରର ଆସନ ବି ଝୁଲି ରହିଛି।

ତେବେ କୋରାପୁଟ ଜିଲ୍ଲା ପଟାଙ୍ଗୀର ପ୍ରାଥୀ ବଦଳିଛନ୍ତି। ଚୈତନ୍ୟ ହନ୍ତଳଙ୍କ ବଦଳରେ ଚୈତନ୍ୟ ନନ୍ଦିବଲିଙ୍କୁ ସୁଯୋଗ ମିଳିଛି। ସେହିପରି ରଣପୁରରୁ ତାପସ ମାର୍ଥାଙ୍କ ଟିକେଟ ବଦଳରେ ସୁରମା ପାଢ଼ୀଙ୍କୁ ଟିକେଟ ମିଳିଛି।