ଭୁବନେଶ୍ବର : ରାଜ୍ୟସଭା ନିର୍ବାଚନ ପାଇଁ ଗତକାଲି ବିଜେଡିର ତିନି ପ୍ରାର୍ଥୀ ସୁଲତା ଦେଓ, ମାନସ ରଞ୍ଜନ ମଙ୍ଗରାଜ ଓ ସସ୍ମିତ ପାତ୍ର ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଆଜି ଯାଞ୍ଚ୍‌ ପରେ ତିନି ଜଣଙ୍କ ପ୍ରାର୍ଥିପତ୍ର କାଏମ୍‌ ରହିଛି। ଉପନିର୍ବାଚନ ପାଇଁ ନିରଞ୍ଜନ ବିଶି ପ୍ରାର୍ଥିପତ୍ର ଦାଖଲ କରିଥିଲା ବେଳେ ୪ ତାରିଖରେ ତାହାର ଯାଞ୍ଚ୍‌ ହେବ।

Advertisment

ନିରଞ୍ଜନ କୋଟିପତି
ବିଜେଡିର ରାଜ୍ୟସଭା ପ୍ରାର୍ଥୀ ନିରଞ୍ଜନ ବିଶିଙ୍କ ସମ୍ପତ୍ତିର ମୂଲ୍ୟ କୋଟିଏରୁ ଅଧିକ। ନିରଞ୍ଜନ ଓ ତାଙ୍କ ପତ୍ନୀଙ୍କ ନାମରେ ୧.୧୫ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି। ତାଙ୍କ ନାମରେ ୧୭ଟି ଅପରାଧିକ ମାମଲା ରହିଛି।