ଡ. ହୁସେନ ରବି ଗାନ୍ଧୀଙ୍କ ବିୟୋଗରେ ମହମବତି ଶୋଭାଯାତ୍ରା

କୋରେଇ: ଡ. ହୁସେନ ରବି ଗାନ୍ଧିଙ୍କ ବିୟୋଗରେ କୋରେଇ ବ୍ଲକ ହଳଦିଗଡ଼ିଆ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଅନିଲ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ମୁରବି ମହେନ୍ଦ୍ର କୁମାର ମହାନ୍ତି, ଭାନୁଦେବ ମିଶ୍ର, କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ ଯୋଗଦେଇ ଆତ୍ମାର ସଦ୍‌ଗତି କାମନା କରିଥିଲେ। ଶିକ୍ଷାବିତ୍‌ ନବଘନ ସ୍ଵାଇଁ ଶିବ ଚରଣ ବେହେରା, ସରୋଜ କୁମାର ମହାନ୍ତି, ସୟଦ ସିରାଜ ଅଲ୍ଲୀ, କାହ୍ନୁ ଚରଣ ନାଥ, ମିର୍ଜା ମନସୁର ବେଗ, ଚିତ୍ତରଂଜନ ବରାଳ, ଏସ ୟଜଦାନ, ସୟଦ ସୁହେବ ଅଲ୍ଲୀ ସ୍ମୃତିଚାରଣ କରିଥିଲେ।

ସାମ୍ବାଦିକ ଭୁବନ ମୋହନ ମହାନ୍ତି ପରିଚାଳନା କରିଥିଲେ। ଗୋକୁଳାନନ୍ଦ ଦାସ, ପୁରୁଷୋତ୍ତମ ବିଶ୍ଵାଳ, ଅଧର ଚନ୍ଦ୍ରନାଥ, ସନ୍ତୋଷ କୁମାର ମହାନ୍ତି, ସୁଧାଂଶୁ କୁମାର ବିଶ୍ଵାଳ, ରମେଶ ଚନ୍ଦ୍ର ନାଥ, ମଦନ ମହାପାତ୍ର, ହରିହର ମୁଦୁଲି, ଗୋପୀନାଥ ବିଶ୍ଵାଳ, ବିଚିତ୍ରା ମହାନ୍ତି, ସାମ୍ବାଦିକ ନିଗମ ପ୍ରସାଦ ନାଥ ଯୋଗ ଦେଇଥିଲେ। ପରେ ଏକ ମହମବତି ଶୋଭାଯାତ୍ରା କରାଯାଥିଲା।

ସମ୍ବନ୍ଧିତ ଖବର