‘ମାଣିକେଶ୍ବରୀଙ୍କ ରାଣ ପକାଇ ମିଛ କହିଛନ୍ତି ମନ୍ତ୍ରୀ’, ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ଦିରରେ ଦୀପ ଦାନ

ଭବାନୀପାଟଣା : ସନସାଇନ୍‌ ସ୍କୁଲ୍‌ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମା ମାଣିକେଶ୍ବରୀଙ୍କ ରାଣ ପକାଇ ମିଛ କହିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ରବିବାର ଏଭଳି ଅଭିଯୋଗ କରିବା ସହ ମୃତ ମମିତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ କଳାହାଣ୍ଡି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଭବାନୀପାଟଣା ସହରସ୍ଥିତ ମା ମାଣିକେଶ୍ବରୀ ମନ୍ଦିରରେ ସମୂହ ଦୀପ ଦାନ କରାଯାଇଛି। ମନ୍ତ୍ରୀ ଦିବ୍ୟଶଙ୍କର ମାଣିକେଶ୍ବରୀଙ୍କ ନାଁରେ ଶପଥ ନେଇ ମିଛ କହିଥିବା ଅଭିଯୋଗ କରି ବିଜେପି ଏହାର ପ୍ରତିବାଦ ସ୍ବରୂପ ଏହି ଦୀପ ଦାନ କାର୍ଯ୍ୟକ୍ରମ କରିଥିବା ସୂଚନା ଦିଆଯାଇଛି।

ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭବେନ୍ଦ୍ର ପଣ୍ଡା, ଜିଲ୍ଲା ପରିଷଦ ସଭାପତି ନମିତା ରାଣୀ ସାହୁ, ଭବାନୀପାଟଣା ସଦର ବ୍ଲକ୍‌ ଅଧ୍ୟକ୍ଷା ସନ୍ତୋଷୀ ଦାସ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ନିରୁପମା ନାୟକ, ଉପ ସଭାନେତ୍ରୀ ବିନିତା ଦାସ, ଶୋଭାଗିନୀ ପାତ୍ର, ହେମାଙ୍ଗିନୀ ହଂସ, ପିଙ୍କି ସାହୁ ସମେତ ବହୁ କର୍ମକର୍ତା ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର