ଫୁଲବାଣୀ: ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ଯଥେଷ୍ଟ ସମ୍ଭାବନା ଥିବା କନ୍ଧମାଳ ଜିଲ୍ଲାରେ କିନ୍ତୁ ପର୍ଯ୍ୟଟନ ଶିଳ୍ପର ବିକାଶ ଆଶାନୁରୂପ ଭାବେ ଅଗ୍ରଗତି ହେଉନାହିଁ। ଏହାର ଅନ୍ୟ ଏକ ପ୍ରମୁଖ କାରଣ ହେଲା ଗଞ୍ଜେଇ ଚାଷର ବ୍ୟାପକତା। ଜିଲ୍ଲାର ଅଧିକାଂଶ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଦେଶବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। କିନ୍ତୁ ଜଙ୍ଗଲପାହାଡ଼ ପରିପୂର୍ଣ୍ଣ ଏ ସବୁ ଅଞ୍ଚଳରେ ବ୍ୟାପକ ମାତ୍ରାରେ ଗଞ୍ଜେଇ ଚାଷ ସହ ମାଫିଆଙ୍କ ଚଳପ୍ରଚଳ କାରଣରୁ ପର୍ଯ୍ୟଟନ ଶିଳ୍ପ ଉପରେ ଏହାର କୁପ୍ରଭାବ ପଡୁଛି।
ମାଫିଆ ସ୍ଥାନୀୟ ଲୋକଙ୍କ ସହାୟତାରେ ବ୍ୟାପକ ଅଞ୍ଚଳରେ ଗଞ୍ଜେଇ ଚାଷ କରୁଛନ୍ତି। ଏଥିଚାଷ ପାଇଁ ନିକଟସ୍ଥ ଛୋଟ ଛୋଟ ପାହାଡ଼ୀ ନଦୀ, ଝରଣା ଓ ଜଳପ୍ରପାତରୁ ମଟର୍ପମ୍ପ୍ ମାଧ୍ୟମରେ ଜଳସେଚନ କରିଥାନ୍ତି। ଅନ୍ୟପଟେ ଗଞ୍ଜେଇ ଚାଷର ସୁରକ୍ଷା, ପୁଲିସ, ଅବକାରୀ ତଥା ବାହାର ଲୋକଙ୍କ ଗତିବିଧି ଉପରେ ନଜର ରଖିବାକୁ ଗଞ୍ଜେଇ ମାଫିଆମାନେ ସ୍ଥାନୀୟ ଅଞ୍ଚଳର କିଛି ଯୁବ ବାଉନ୍ସରଙ୍କୁ ନିଯୁକ୍ତ କରିଛନ୍ତି। ବିଶେଷ କରି ନିକଟସ୍ଥ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ସେମାନଙ୍କ ଆଡ଼ା ଚାଲେ। ଗଞ୍ଜେଇ ଚାଷ ଜଗିବା ବାହାନାରେ ଅସାମାଜିକ ଯୁବ ବାଉନ୍ସର ପାଖରେ ବନ୍ଧୁକ, ଛୁରି, ଭୁଜାଲି ଆଦି ବିଭିନ୍ନ ମାରଣାସ୍ତ୍ର ରଖିଥାନ୍ତି। କନ୍ଧମାଳ ଜିଲ୍ଲାର କେତେକ ପ୍ରମୁଖ ପର୍ଯ୍ୟଟନସ୍ଥଳ ଯଥା- କୋକାଟ୍ରା ଜଳପ୍ରପାତ, କାଟ୍ରାମାଲା ଜଳପ୍ରପାତ, ପୁତୁଡ଼ି ଜଳପ୍ରପାତ, ଲୁଦୁ ଜଳପ୍ରପାତ, ରାଣୀପାଙ୍ଗା ଜଳପ୍ରପାତ, ସାପନାଳ, କରଡ଼ାଘାଟି, ଗଦଗଦି, ପକଡ଼ାଝର, ସୁକେଡ଼ି, ଆଡ଼ିବାନ୍ଦା, ଯୋଗୀମଠ ଜଳପ୍ରପାତ, କଟାଙ୍ଗି ଗୁମ୍ଫା, କଟାଙ୍ଗିଝର ଆଦି ଜଳପ୍ରପାତ ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ। ଏହାର ଆଖପାଖ ଜଙ୍ଗଲରେ ଗଞ୍ଜେଇ ମାଫିଆମାନେ ଚାଷ କରିଥାନ୍ତି। ନଭେମ୍ବରରୁ ଫେବ୍ରୁଆରି ମଧ୍ୟରେ କନ୍ଧମାଳକୁ ପର୍ଯ୍ୟଟକଙ୍କ ସୁଅ ଛୁଟେ। କିନ୍ତୁ ଏହି ସମୟ ହେଉଛି ଗଞ୍ଜେଇ ଅମଳ ଋତୁ।
Bhadrak BJD: ଆସ୍ଥା ଅନାସ୍ଥାକୁ ନେଇ କୁହୁଳୁଛି ଭଦ୍ରକଜିଲ୍ଲା ରାଜନୀତି
Odisha Tourism: ପୁଟସିଲ୍ରେ କଟେଜର ରହଣି ସହିତ ମନୋରଂଜନର ସୁବିଧା ନେଇପାରିବେ ପର୍ଯ୍ୟଟକ
ଏହି ସମୟରେ ଗଞ୍ଜେଇ ମାଫିଆଙ୍କ ପୁଲିସ ଚଢ଼ଉ ପ୍ରତି ଡର ଥାଏ। ଏଣୁ ସେ ସମୟରେ ବାଉନ୍ସରଙ୍କ ଚଳପ୍ରଚଳ ବେଶି। ଏଣେ ସେଠାରେ ଟହଲ ମାରୁଥିବା ବାଉନ୍ସରଙ୍କ ଗତିବିଧି ଯୋଗୁ ପର୍ଯ୍ୟଟକ ନିଜକୁ ଅସୁରକ୍ଷିତ ମଣନ୍ତି। ଏହି ବାଉନ୍ସରମାନେ ସାଧାରଣ ପର୍ଯ୍ୟଟକଙ୍କୁ ଏଣୁତେଣୁ ପ୍ରଶ୍ନ କରି ସନ୍ଦେହ କରିଥା’ନ୍ତି ଓ ସେମାନଙ୍କ ଏଭଳି ହରକତରେ ପର୍ଯ୍ୟଟକ, ବିଶେଷକରି ମହିଳାଙ୍କୁ ସାଙ୍ଗରେ ନେଇ ସେସବୁ ସ୍ଥାନ ବୁଲିଯିବାକୁ ଭୟ କରୁଛନ୍ତି। କିଛି ଅଞ୍ଚଳରେ ପର୍ଯ୍ୟଟକଙ୍କୁ ଗୁଣ୍ଡା ଶ୍ରେଣୀର ଯୁବକ ଅଟକାଇ ଟଙ୍କା ପଇସା ଛଡ଼ାଇ ନେବାର ନଜିର ରହିଛି। ଜିଲ୍ଲାର ପର୍ଯ୍ୟଟନସ୍ଥଳଗୁଡ଼ିକ ଅସୁରକ୍ଷିତ ଥିବାବେଳେ ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ ଏ ନେଇ କି ପଦକ୍ଷେପ ନେଉଛି ତାକୁ ବିଭିନ୍ନ ମହଲରେ ଅପେକ୍ଷା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/26/dhdhdhgh-2025-11-26-02-38-11.jpg)