କେସିଙ୍ଗା: କେସିଙ୍ଗା ପୁଲିସ୍ ଅମାଠ ଛକରେ ଏକ ଗଞ୍ଜେଇ ଭର୍ତ୍ତି ଗାଡ଼ିକୁ ଜବତ କରିବା ସହ ୩ ଜଣକୁ ଗିରଫ କରିଛି। ଅନ୍ୟପକ୍ଷରେ ପୁଲିସ୍ ଜବତ ଗଞ୍ଜେଇ ପ୍ୟାକେଟ୍କୁ ଖୋଲି ଦେଖିବା ବେଳେ ସେଥିରୁ ଅଧିକ ପରିମାଣରେ ପାଳ, ଗେଟି, ବାଲି ବାହାରିଥିବା ଜଣାପଡ଼ିଛି।
ସୂଚନାମତେ, ଗଞ୍ଜେଇ ମାଫିଆମାନେ ୭୧ କେଜିରୁ ଅଧିକ ଗଞ୍ଜେଇ ଏକ ଗାଡ଼ି (ୟୁପି ୧୬ଏକ୍ୟୁ-୭୧୦୭)ରେ ଜୁନାଗଡ଼ ଅଞ୍ଚଳରୁ ୟୁପିକୁ ଚାଲାଣ ପାଇଁ ନେଉଥିଲେ। ଏହି ସମୟରେ ଅମାଠ ଛକରେ ପୁଲିସ୍ ସେମାନଙ୍କୁ କାବୁ କରିଥିଲା। ପୁଲିସ୍ ଜବତ ଗଞ୍ଜେଇ ପ୍ୟାକେଟ୍ ଖୋଲି ଦେଖିବା ବେଳକୁ ସେଥିରେ ମାତ୍ର ୧୦ କେଜି ୧୨୮ ଗ୍ରାମ ଗଞ୍ଜେଇ ଥିବା ବେଳେ ପାଳ, ଗେଟି ଓ ବାଲି ମିଶି ମୋଟ୍ ୬୧ କେଜି ୫୯୨ ଗ୍ରାମ୍ ଥିବା ଜଣାପଡ଼ିଥିଲା। ଏନେଇ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଗିରଫ ହୋଇଥିବା ୟୁପିର ଦୀପକ କୁମାର, ସୁନୀଲ ଯାଦବ ଓ ଅର୍ପିତ ମୋହରୀଙ୍କୁ ରବିବାର କୋର୍ଟଚାଲାଣ କରାଯିବ ବୋଲି ସୂଚନା ଦେଇଛି। ଜବତ ଗଞ୍ଜେଇର ଓଜନ ସମୟରେ ଆଇଆଇସି ସତ୍ୟ କୁମାର ନନ୍ଦ, ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ଧୀରଜ ପଟ୍ଟନାୟକ ଓ ସାକ୍ଷୀ ଭାବରେ ଜିଆର୍ଏସ୍ ରାଜେଶ ପାଢ଼ୀ ଓ ସୁରେଶ ସାହୁ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/1-30.jpg)