ଅନ୍ଧାରରେ ରାଜଧାନୀ ଉପକଣ୍ଠ ଗାଁ: ହାଇକୋର୍ଟରେ ମାମଲା

କଟକ : ଆଉ ଦୁଇଦିନ ପରେ ଫନି ବାତ୍ୟାକୁ ମାସେ ପୂରିବ। ହେଲେ ଏପର୍ଯ୍ୟନ୍ତ ସ୍ବାଭାବିକ ହୋଇ ପାରିଲାନି ବିଦ୍ୟୁତ୍‌ ବ୍ୟବସ୍ଥା। ରାଜଧାନୀ ଭୁବ‌େନଶ୍ବର ଉପକଣ୍ଠ କଲ୍ୟାଣପୁରରେ ଏଯାଏଁ ସ୍ବାଭାବିକ ହୋଇପାରୁନି ବିଜୁଳି। ପ୍ରବଳ ଗରମରେ ପ୍ରାୟ ୨ହଜାରରୁ ଅଧିକ ଲୋକେ ଛଟପଟ ହେଉଛନ୍ତି। ଅଥଚ ସେସୁ କର୍ତ୍ତୃପକ୍ଷ ଏଥିପ୍ରତି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହୋଇଛି। ଏପରିକି, ନିକଟସ୍ଥ ପଞ୍ଚାୟତରେ ବିଦ୍ୟୁତ ସଂଯୋଗ ହୋଇସାରିଥିବା ବେଳେ ଏଯାଏ ନୂଆବନ୍ଧକୁ ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ। ସେସୁର ଏପ୍ରକାର ମନମୁଖୀ କାର୍ଯ୍ୟ ବିରୋଧରେ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ବାଇଁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା(ନଂ-୯୫୬୧) ଦାୟର କରିଛନ୍ତି। ଏହି ମାମଲାରେ ସ୍ପେଶାଲ ରିଲିଫ ଅଫିସର, ଖୋର୍ଦ୍ଧା ଜିଲ୍ଲାପାଳ, ସେସୁର ନିର୍ବାହୀ ଯନ୍ତ୍ରୀ, ସେସୁର ସବ-ଡିଭିଜିନାଲ ଅଫିସର(ବାଣିଜ୍ୟ), କନିଷ୍ଠ ଯନ୍ତ୍ରୀ (ବାରଙ୍ଗ), ଡିସିପି ଭୁବନେଶ୍ବର ଓ ନନ୍ଦନକାନନ ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର