ଜଳେଶ୍ବର: ଜଳେଶ୍ୱର ମ୍ୟୁନିସିପାଲଟି ଅଧୀନ ଶାନ୍ତିଆ ଗ୍ରାମର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଶତାୟୁ ପୁରୁଷ ପୂର୍ଣ୍ଣଚନ୍ଦ୍ର ସେନାପତି (୧୦୪)ଙ୍କର ଆଜି ଭୋର୍‌ ୪ଟାରେ ବାରିପଦାରେ ପର​ଲୋକ ହୋଇଯାଇଛି। ପାର୍ଥିବଶରୀର ବାରିପଦାରୁ ଜଳେଶ୍ୱର ଶାନ୍ତିଆସ୍ଥିତ ଘରକୁ ଅଣାଯାଇଥିଲା। ୧୯୨୦ ଅଗଷ୍ଟ ୧୪‌ରେ ଜନ୍ମିତ ପୂର୍ଣ୍ଣଚନ୍ଦ୍ର ୧୯୩୬ ମସିହାରେ ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ। ସ୍ୱର୍ଗତ ଗୌରଚନ୍ଦ୍ର ଦାସଙ୍କ ସହ ମିଶି ଜଳେଶ୍ୱର, ରାଇବଣିଆ ଓ ଭୋଗରାଇ ଅଞ୍ଚଳରେ ଆନ୍ଦୋଳନକୁ ଜୋରଦାର କରିଥିଲେ। ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ ମଧ୍ୟ ଶ୍ରୀ ସେନାପତି ନିଜକୁ ସାମିଲ କରିଥିଲେ। ସ୍ବାଧୀନତା ସଂଗ୍ରାମରେ ବିଶେଷ ଅବଦାନ ପାଇଁ ତାଙ୍କୁ ୨୦୨୨ ମସିହା ଅଗଷ୍ଟ ୧୫ ତାରିଖ ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ସମ୍ବର୍ଦ୍ଧିତ କରିଥିଲେ।