ମେ ଫେୟାରରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପ୍ରଥମ ଦିନରେ ଖାଇଲେ ଖେଚୁଡି

ଭୁୁବନେଶ୍ୱର : ବାରବାଟୀରେ ହେବାକୁ ଥିବା ତୃତୀୟ ଦିନିକିଆ ପାଇଁ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି ଉଭୟ ଭାରତ-ୱେଷ୍ଟଇଣ୍ଡିଜ ଟିମର ଖେଳାଳି । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଉଭୟ ଟିମ୍ ଭୁବନେଶ୍ୱରରେ ରହିବେ । ହୋଟେଲ ମେ ଫେୟାରରେ ରହଣି ସମୟରେ ଖେଳାଳିଙ୍କ ଖାଇବା ଓ ରହଣି ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ମେ ଫେୟାର କାନିକା ରେଷ୍ଟୁରାଂଟରେ ଖେଳାଳୀଙ୍କୁ ଓଡିଆ ଖାଦ୍ୟ ପରସାଯିବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ଖେଳାଳିଙ୍କ ପାଇଁ ଖାଦ୍ୟ ମେନୁରେ ରହିଛି ମଟନ କଷା, ଦେଶୀ କୁକୁଡା ମାଂସ, ଡାଲମା, ଖଟା, କ୍ଷୀରି, ଶାଗ ଭଳି ଓଡିଆ ଖାଦ୍ୟ ।

ତେବେ ଉଭୟ ଦେଶର ଖେଳାଳିଙ୍କ ପାଇଁ ମେନୁରେ ବିଭିନ୍ନ ଆମିଷ ଓ ନିରାମିଷ ଖାଇବା ରହିଥିବା ବେଳେ ଟିମ୍ ଇଣ୍ଡିଆର ଅଧିନାୟକ ଆଜି କେବଳ ଖେଚୁଡି ଖାଇଥିବାର ଜଣାପଡିଛି । ଅନ୍ୟ ଖେଳାଳି ମାନେ ନିଜ ପସନ୍ଦର ଖାଇବା ଖାଇଥିବା ବେଳେ ବିରାଟ ଖେଚୁଡି ଖାଇବାକୁ ପସନ୍ଦ କରିଛନ୍ତି ।

livemint.com

ଶୁଦ୍ଧ ଶାକାହାରୀ ବିରାଟ ଗତ କିଛି ବର୍ଷ ହେବ ଆମିଷ ଖାଇବା ଛାଡି ଦେଇଛନ୍ତି । ତେଣୁ ତାଙ୍କ ପାଇଁ ସ୍ୱତନ୍ତ୍ର ନିରାମିଷ ଖାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରେ ଜହ୍ନି ପୋସ୍ତ ଠାରୁ ଆରମ୍ଭ କରି ଡାଲମା, କ୍ଷୀରି, ଶାଗ ଭଜା, ଖେଚୁଡି ରହିଥିଲା। ତେବେ ଏହି ଖାଦ୍ୟ ବ୍ୟଞ୍ଜନ ମଧ୍ୟରୁ ବିରାଟ ଖେଚୁଡି ଖାଇଥିବାର ଜଣାପଡିଛି । ଏହାଛଡା ଉଭୟ ଦେଶର ଖେଳାଳିଙ୍କୁ ଓଡିଶାର ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ପରଷାଯିବ ବୋଲି ମେ ଫେୟାର ହୋଟେଲ ପକ୍ଷରୁ କୁହାଯାଇଛି । ଆସନ୍ତା ୨୨ରେ ବାରବାଟୀରେ ମ୍ୟାଚ୍ ହେବାକୁ ଥିବା ବେଳେ ଆସନ୍ତା ୨ ଦିନ ଅଭ୍ୟାସ କରିବେ ଉଭୟ ଦଳ ।

ସମ୍ବନ୍ଧିତ ଖବର