କାର ଦୁର୍ଘଟଣାଗ୍ରସ୍ତ, ୪ ବ୍ୟାଙ୍କ ଅଧିକାରୀ ଗୁରୁତର

ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଚିକିଣିଆ ନିକଟରେ ଏକ କାର ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିବାରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଟୋଲ ଗେଟ୍ ଆମ୍ବୁଲାନ୍ସରେ  କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଗୁରୁତରମାନେ ହେଲେ ଦୀନେଶ ସ୍ବାଇଁ (୨୩), କ୍ଷୀତିଶ ପଣ୍ଡା(୨୫), ଦୀପ୍ତି ବର୍ଦ୍ଧନ (୨୮) ଓ ସୁବାସ ଚନ୍ଦ୍ର ବେଉରିଆ।  ସମସ୍ତଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ବେଳେ କ୍ଷୀତିଶଙ୍କ ହାତ ଭାଙ୍ଗି ଯାଇଛି। ସମସ୍ତ ଆଇଡିଏଫସି ବ୍ୟାଙ୍କ କର୍ମଚାରୀ।  ସେମାନେ ଏକ କାର ଯୋଗେ କେନ୍ଦୁଝରରୁ ଯାଜପୁର ଅଭିମୁଖେ ଯାଉଥିବା ବେଳେ ଚିକିଣିଆ ନିକଟରେ କାର ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ୫ଫୁଟ୍ ଉଚ୍ଚ ମାଟି ଉପରେ ଚଢ଼ିଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।  ଖବର ପାଇ ଢେଙ୍କିକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର