ପାଇକମାଳ : ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟକୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ କରିବାକୁ କାର୍ରେ ଯାଉଥିବା ୪ ଜଣ ଶିକ୍ଷକ ଦୁର୍ଘଟଣାର ଶିକାର ହୋଇଛନ୍ତି। ବିଜୁ ଏକ୍ସପ୍ରେସ୍ ରାସ୍ତାରେ ଗୁରୁବାର ସକାଳ ସାଢ଼େ ୬ଟାରେ ମଲଦା ଗ୍ରାମ ନିକଟରେ ସେମାନଙ୍କ କାର୍ (ଓଡି୧୭-ଏମ-୫୦୩୫)କୁ ରାଜସ୍ଥାନର ଏକ ବୋଲେରୋ ପିକଅପ୍ (ଆରଜେ୩୪-ଜିଏ- ୨୫୧୭) ସାମ୍ନା ପଟୁ ଧକ୍କା ଦେଇଥିଲା। ଫଳରେ ଶିକ୍ଷକ ଦିବ୍ୟକିଶୋର ପ୍ରଧାନ, ନନ୍ଦଲାଲ ନାୟକ ଆହତ ହୋଇଥିଲେ। ଦିବ୍ୟକିଶୋର ପ୍ରଧାନଙ୍କ ଗାଡ଼ି ଭାଂଗିରୁଜି ଯାଇଛି। ଗାଡ଼ିରେ ଏୟାର ବ୍ୟାଗ ଥିବା ଯୋଗୁଁ ଶିକ୍ଷକମାନେ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଗଲେ।
ସୂଚନାଯୋଗ୍ୟ, ଝାରବନ୍ଧ ବ୍ଲକ୍ ଅମଠି ଉଚ୍ଚ ବିଦ୍ୟାଳୟର ଦୁଇ ଜଣ ଶିକ୍ଷକ ନନ୍ଦଲାଲ ନାୟକ ଓ ଦିବ୍ୟକିଶୋର ପ୍ରଧାନ, ଝାରବନ୍ଧ ଉଚ୍ଚ ବିଦ୍ୟାଳୟର ହୃଦାନନ୍ଦ ଭୋଇ ଏବଂ ପାଇକମାଳ ବ୍ଲକ୍ ମୁନେକେଲ ଉଚ୍ଚ ବିଦ୍ୟାଳୟର ଭବାନୀଶଙ୍କର ଭୋଇ ଝାରବନ୍ଧରୁ ପଦ୍ମପୁରକୁ ମାଟ୍ରିକ୍ ପରୀକ୍ଷା ମୂଲ୍ୟାୟନ ପାଇଁ ଯାଉଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/2c4f63d0-f2c4-483e-8f01-f418547d3f35.jpg)