ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ରତଙ୍ଗରୁ ବ୍ରହ୍ମପୁର ବଡ଼ମେଡିକାଲକୁ ଚିକିତ୍ସା ନିମନ୍ତେ ଯାଉଥିବା ବେଳେ କଳିଙ୍ଗା ଶଙ୍ଖସାହି (ଜବେଡି) ନିକଟରେ ଭାରସାମ୍ୟ ହରେଇ ଏକ କାର (ଓଡି୦୨ ବିଟି ୨୩୮୭) ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖୁବାକୁ ମିଳିଛି। ଦୁର୍ଘଟଣା ଫଳରେ କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖୁବାକୁ ମିଳିଛି। ସୌଭାଗ୍ୟବଶତଃ କାରରେ ବସିଥିବା ରୋଗୀ ଓ ସେମାନଙ୍କର ସଂପର୍କୀୟମାନେ ସୁରକ୍ଷିତ ଅଛନ୍ତି।।
କାର୍ରେ ଚାଳକ, ଜଣେ ବୟସ୍କା ବୃଦ୍ଧା, ଗାଡ଼ି ମାଲିକ ଏବଂ ନାତୁଣୀ ବସିଥିଲେ। ସେମାନଙ୍କୁ ଏକ ବୋଲେରୋ ଯୋଗେ ଫୁଲବାଣୀ ମୁଖ୍ୟ ଚିକିତ୍ସାକୟକୁ ପଠାଯାଇଥିଲା।କାରରେ ବସିଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଏବଂ କାହାରିକୁ ବିଶେଷ ଆଘାତ ହୋଇନଥିବା ଗାଡ଼ି ମାଲିକ ସୂଚନା ଦେଇଛନ୍ତି। ସଙ୍ଗେ ସଙ୍ଗେ ଘୁ.ଉଦୟଗିରି ଆଦର୍ଶ ଥାନା ଏସ୍ ଆଇ ରମେଶ ଚନ୍ଦ୍ର ଦାସ ଏବଂ ତାଙ୍କ ଟିମ୍ ପହଞ୍ଚି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/IMG-20240416-WA0164.jpg)