ମଣିନାଗ ପୀଠରୁ ଫେରୁଥିଲେ,୨୦୦ ଫୁଟ ତଳକୁ ଖସିଲା କାର; ଅଳ୍ପକେ ବର୍ତ୍ତିଲେ ୫ ଶ୍ରଦ୍ଧାଳୁ

ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦସ୍ଥିତ ଉପର ମା’ମଣିନାଗ ପୀଠ ରାସ୍ତାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ତେବେ ଉକ୍ତ ପୀଠ ରାସ୍ତାରେ ଏକ ଯାତ୍ରୀବାହୀ କାର ୨୦୦ ଫୁଟ ତଳକୁ ଖସି ପଡିଛି । ଏଥିରେ ୫ ଜଣ ଆହତ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ହୋଇପଡିଥିବା ଜଣାପଡିଛି। ତେବେ ସମସ୍ତ ଆହତ ଓ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ରଣପୁର ଓ ପରେ ଗୁରୁତର ଡ୍ରାଇଭରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ।

ଖବର ନେବାରେ ଜଣାଯାଇଛି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ଅଞ୍ଚଳର ବିଶ୍ୱଭୂଷଣ ରଣା(୩୫), ସୁଚିତ୍ରା ମହାପାତ୍ର(୨୯), ସୁଭଦ୍ରା ରାଉତ(୩୦), ସାହି ସିବାନ୍ସୁ ରଣା(୪) ଓ ଅଭିଲିପ୍ସା ରାଉତ(୧୦) ଙ୍କୁ ପିପିଲି କଟକପଡା ଅଚଂଳର ଡ୍ରାଇଭର ସିଲୁ ପରିଡା ଏକ ମାରୁତି ସୁଜୁକି ଡିଜାୟାର କାର (ଓଡି-୦୨-ବି.ଏନ-୬୦୯୫) ଯୋଗେ ରଣପୁର ଉପର ମା’ମଣିନାଗ ପୀଠ ବୁଲିବାକୁ ଯାଇଥିଲେ ।

ତେବେ ମଧ୍ୟାହ୍ନ ସାଢେ ୩ ଟାରେ ମା’ଙ୍କୁ ଦର୍ଶନ କରି ଫେରୁଥିବା ବେଳେ ବାଟରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ୧୫ ନମ୍ବର ମୋଡଣୀରୁ କାରଟି ଖସି ୧୧ ନମ୍ବର ବୁଲାଣି ପାଶ୍ୱର୍ରେ ପଡିଥିଲା। ସମସ୍ତ ଯାତ୍ରୀ ଓ ଡ୍ରାଇଭର ଏକ ନିଶ୍ଚିତ ମରଣ ମୁଖରୁ ବର୍ତ୍ତି ଯାଇଛନ୍ତି । କାରଟି ଏଭଳି ଭାବେ ଦୁର୍ଘଟଣାଗ୍ରସ୍ଥ ହୋଇଛି ଯେ ସେଥିରୁ ବର୍ତ୍ତିବା  ନିହାତି ସୌଭାଗ୍ୟର କଥା ବୋଲି ପ୍ରତକ୍ଷଦର୍ଶୀ ମାନେ ଚର୍ଚ୍ଚା କରଛନ୍ତି। ସ୍ଥାନୀୟ ଯୁବ ଗୋଷ୍ଠୀ ଓ ଦମକଳବାହିନୀ ମିଳିତ ଭାବେ ଫିଙ୍ଗି ହୋଇ ପଡିଥିବା ଆହତମାନଙ୍କୁ ଉଦ୍ଧାର କରିଥିଲେ ।

ସମ୍ବନ୍ଧିତ ଖବର