ଲକ୍ଷ୍ମୀପୁର: କାର ଧକାରେ ନାବାଳକ ଗୁରୁତର

ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ଥାନା ମିନାପାଇ ଗାଁ ରାସ୍ତା ସମ୍ମୁଖ ୩୨୬ ନମ୍ବର ଜାତିୟ ରାଜପଥ ଉପରେ ଏକ କାର ଜଣେ ନାବାଳକକୁ ଧକା ଦେଇ ଚାଲି ଜାଇଥିଲା । ପରେ ସେଇ କାରକୁ ରାୟଗଡା ଥାନାରେ ଧରା ପଡିଥିବା ଶୁଣିବାକୁ ମିଳିଛି । ଆହତ ନାବାଳକ ଜଣକ ମିନାପାଇ ସ୍କୁଲର ୭ ବର୍ଷୀୟା ଛାତ୍ର ଅଜୟ ମିଣିଆକା । ଏନେଇ ଲକ୍ଷ୍ମୀପୁର ଥାନାରେ ନାବାଳକର ବାପା ହର୍ଷ ମିଣିଆକା ଲିଖିତ ଅଭିଯୋଗ ଦେଇଥିବାବେଳେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରି ଗୌର ହରି ସାହୁ କହିଛନ୍ତି । ଖବର ନେବାରେ ଜଣାପଡିଛିକି ହର୍ଷ ନିଜ ପରିବାର ସହ ଜମିରୁ ଘରକୁ ଅପରାହ୍ନ ତିନିଟା ବେଳେ ଜାତିୟ ରାଜପଥ ପାର ହୋଇ ଫେରୁ ଥିବା ବେଳେ କୋରାପୁଟ ପଟରୁ ରାୟଗଡା ଅଭିମୁଖେ ଜାଉଥିବା ଏକ କାର୍ ଅଜୟକୁ ଧକା ଦେଇ ଚାଲିଜାଇଥିଲା । ସଂଗେ ସଂଗେ ପିରିବାର ଲୋକେ ଏକ ଅଟୋ ରେ ଅଜୟକୁ ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତି କରାଇଥିଲେ । ନାବାଳକର ମୁଣ୍ଡ ଫାଟି ଯାଇଥିବା ବେଳେ ଶରିରର ବିଭିନ୍ନ ସ୍ତାନରେ ଆଘାତ ଲାଗିଛି । ଘଟଣା ସ୍ଥଳରେ କିଛି ଲୋକ କାରର ନମ୍ବର ଟିପି ପୋଲିସକୁ ଜଣାଇଥିଲେ । ମାନବିକତାକୁ ପଛରେ ପକାଇ କାରଟି ରାୟଗଡା ଅଭିମୁଖେ ଚାଲି ଯାଇଥିବା ବେଳେ ଲକ୍ଷ୍ମୀପୁର ପୋଲିସ ରାୟଗଡା ପୋଲିସ କୁ ସୂଚନା ଦେବା ପରେ ଓଡି ୩୦ ସି ୧୩୧୩ କାର୍ ଟିକୁ ଅଟକ ରଖି ପଚରା ଉଚୁରା ଯାରି ରଖିଛି । ବର୍ତମାନ ନାବାଳକଟି ଚିକିସ୍ଛିତ ଅବସ୍ଥାରେ ଲକ୍ଷ୍ମୀପୁର ମେଡିକାଲରେ ରହିଛି ।

ସମ୍ବନ୍ଧିତ ଖବର