ବୁର୍ଲା/ସୋନପୁର: ମଙ୍ଗଳବାର ସକାଳେ ସୋନପୁର କଚେରି ଛକ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ସୋନପୁର ଜିଲ୍ଲା ସାଗରପାଲି ଗାଁର ମୌନା ମେହେର (୨୫)। ପ୍ରାପ୍ତ ସୂଚନା ଅନୁଯାୟୀ ସୋନପୁର ଅଞ୍ଚଳର ଶଙ୍କର ମେହେର କୌଣସି କାମରେ ନିଜ ପରିବାର ସହିତ ଭୁବନେଶ୍ଵର ଯାଇଥିଲେ।
ମଙ୍ଗଳବାର ଫେରିବା ସମୟରେ ସେମାନଙ୍କ କାର୍ ସୋନପୁର କଚେରି ଛକରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ବ୍ୟକ୍ତିଙ୍କୁ ବୁର୍ଲା ଭିମସାର୍କୁ ଅଣାଯାଇଥିଲା। ଗୁରୁତର ଭାବେ ଆହତ ହୋଇଥିବା ଶଙ୍କରଙ୍କ ପତ୍ନୀ ମୌନାଙ୍କୁ ଭିମ୍ସାରରେ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ମାନଙ୍କ ଶରୀରରେ ସାମାନ୍ୟ ଆଘାତ ଲାଗିଥିବାରୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆ ଯାଇଥିଲା। ଏନେଇ ବୁର୍ଲା ମେଡ଼ିକାଲ୍ ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।