ଆଳି: ଆଜି ରାତି ସାଢ଼େ ୯ଟା ସମୟରେ କଟକ-ଚାନ୍ଦବାଲି ରାସ୍ତାର ଭରତପୁର ଛକ ନିକଟରେ କାର୍-ଅଟୋ ଧକ୍କାକୁ ନେଇ ସ୍ଥାନୀୟ ଲୋକେ ତାତିଛନ୍ତି। ଦୁର୍ଘଟଣା ଘଟାଇଥିବା କାର୍ରେ ଥିବା ୨ ଜଣଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। କାର୍କୁ ଭାଙ୍ଗି ଚୂରମାର୍ କରିଦେଇଥିବା ବେଳେ ଘଟଣାସ୍ଥଳରେ ପହଞ୍ଚିଥିବା ପୁଲିସ ଗାଡ଼ି ଉପରେ ଆକ୍ରମଣ କରି ଗାଡ଼ି ଭାଙ୍ଗିଛନ୍ତି। ଘଟଣାକୁ ନେଇ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଦୁର୍ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। କାର୍ ଡ୍ରାଇଭର ଫେରାର ହୋଇଯାଇଛି। ଆଜି ରାତିରେ ପଟ୍ଟାମୁଣ୍ଡାଇ ପଟୁ ଆସୁଥିବା ଏକ କାର୍ ସହ ଏକ ଅଟୋର ଧକ୍କା ହୋଇଥିଲା। ଫଳରେ ଅଟୋଚାଳକ ମାଣିକପାଟଣାର ଫକୀର ଦାସଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଘେରିଯାଇ କାର୍ ଭିତରେ ଯାଞ୍ଚ କରିଥିଲେ। କାର୍ରେ ଯାଉଥିବା କେନ୍ଦ୍ରାପଡ଼ା ମଦ୍ରାସାର ମୌଲାନା ସେଖ୍ ଡାନିସ୍ ଓ ଫଏଜୁଲ୍ ହବିବଙ୍କୁ ମାଡ଼ ମାରିଥିଲେ। ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଦୁଇ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିବା ପୁଲିସ ଗାଡ଼ି ଉପରେ ଉତ୍ତ୍ୟକ୍ତ ଲୋକେ ଆକ୍ରମଣ କରି ଗାଡ଼ି ଭାଙ୍ଗିଛନ୍ତି। ଏହି ଘଟଣାପରେ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଶତାଧିକ ବ୍ୟକ୍ତି ପୁଲିସ ନିକଟରେ ଦାବି କରିଛନ୍ତି। ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଆକ୍ରମଣକାରୀଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ବୋଲି ଥାନା ଅଧିକାରୀ ଧୀରାଜ ଲେଙ୍କା ସୂଚନା ଦେଇଛନ୍ତି।
କାର୍-ଅଟୋ ଦୁର୍ଘଟଣାରୁ ଉତ୍ତେଜନା ଦୁଇ ଗୁରୁତର, ପୁଲିସ ଭ୍ୟାନ୍ ଭଙ୍ଗାରୁଜା
ଆଜି ରାତି ସାଢ଼େ ୯ଟା ସମୟରେ କଟକ-ଚାନ୍ଦବାଲି ରାସ୍ତାର ଭରତପୁର ଛକ ନିକଟରେ କାର୍-ଅଟୋ ଧକ୍କାକୁ ନେଇ ସ୍ଥାନୀୟ ଲୋକେ ତାତିଛନ୍ତି। ଦୁର୍ଘଟଣା ଘଟାଇଥିବା କାର୍ରେ ଥିବା ୨ ଜଣଙ୍କୁ....
/sambad/media/media_files/2025/10/22/untitled-15-2025-10-22-07-09-58.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)