ରେଢ଼ାଖୋଲ: ୫୫ ନମ୍ବର ଜାତୀୟ ରାଜପଥର ସମ୍ବଲପୁରଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ନେରୋବ୍ରିଜ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସମ୍ବଲପୁରସ୍ଥିତ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଜୋନାଲ୍ ମ୍ୟାନେଜର ଶ୍ରୀଜିତ ଶଙ୍କର ବେହେରାଙ୍କ ପତ୍ନୀ ମୀନାକ୍ଷୀ ବେହେରା (୪୦)ଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ ସବିତା ବେହେରା (୬୫) ଗୁରୁତର ଭାବେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଶ୍ରୀ ବେହେରାଙ୍କ ଘର ଭୁବନେଶ୍ବରର ଘାଟିକିଆରେ। ଆଜି ସକାଳୁ ସେ ପତ୍ନୀ ଓ ମା’ଙ୍କୁ ନେଇ ଭୁବନେଶ୍ବରରୁ ନିଜ କାର (ଓଡି୧୫ଏସ୍-୯୧୧୬) ଯୋଗେ ସମ୍ବଲପୁର ଆସୁଥିଲେ। ତେବେ ଅପରାହ୍ଣ ପ୍ରାୟ ୩ଟା ବେଳେ ଗାଡ଼ି ଭାରସାମ୍ୟ ହରାଇ ଉପରୋକ୍ତ ନେରୋ ବ୍ରିଜ୍ର ବାଡ଼ାକୁ ଖୁବ୍ ଜୋର୍ରେ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ଡାକ୍ତର ମୀନାକ୍ଷୀଙ୍କୁ ମୃତ ଘୋଷଣା କରିଥିଲେ। ସବିତାଙ୍କୁ ପ୍ରାଥମିକି ଚିକିତ୍ସା ପରେ ସମ୍ବଲପୁରକୁ ସ୍ଥାନାନ୍ତର କରାଯାଇଛି। ଶ୍ରୀ ବେହେରାଙ୍କ ହାତ ଭାଙ୍ଗିଥିବା ଜଣାପଡ଼ିଛି। ଚାରମାଳ ଥାନା ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ କାର୍କୁ ଜବତ କରି ତଦନ୍ତ ଜାରି ରଖିଛି। ବୁଧବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଥାନାଧିକାରୀ ସଞ୍ଜୟ ସାହୁ ସୂଚନା ଦେଇଛନ୍ତି। ଖବର ପାଇ ବ୍ୟାଙ୍କର କର୍ମଚାରୀମାନେ ଦୁର୍ଘଟଣାସ୍ଥଳ ଓ ଡାକ୍ତରଖାନାରେ ପହଞ୍ଚିଥିଲେ।
ପୋଲ ବାଡ଼ାକୁ ଧକ୍କା ଦେଲା କାର୍ ବ୍ୟାଙ୍କ ଅଧିକାରୀଙ୍କ ପତ୍ନୀ ମୃତ, ମା’ ଗୁରୁତର
୫୫ ନମ୍ବର ଜାତୀୟ ରାଜପଥର ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ନେରୋବ୍ରିଜ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସମ୍ବଲପୁରସ୍ଥିତ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର...
/sambad/media/media_files/2025/10/22/untitled-13-2025-10-22-07-03-48.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)