ବାଇକ୍‌କୁ ପିଟିଲା କାର୍‌: ୩ ଗୁରୁତର

ଢେଙ୍କିକୋଟ: ଢେଙ୍କିକୋଟ-ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ କପାସପଡ଼ା ଗ୍ରାମ ପୋଖରୀ ନିକଟରେ ପାଟଣାରୁ ଢେଙ୍କିକୋଟ ଯାଉଥିବା ଏକ କାର୍‌ ଗୋଟିଏ ବାଇକ୍‌କୁ ଧକ୍କା ଦେବାରୁ ୩ଜଣ ବାଇକ୍‌ ଆରୋହୀ ଗୁରୁତର ହୋଇଛନ୍ତି।

ଗୁରୁତରମାନେ ହେଲେ ଚିନାମାଳିପଶି ଗ୍ରାମ ତଣ୍ଡିଆସାହିର ରମେଶ ମୁଣ୍ଡା, ତାଙ୍କ ପତ୍ନୀ ମୀନା ମୁଣ୍ଡା ଏବଂ ହରି ମୁଣ୍ଡା। ସେହିପରି କାର୍‌ରେ ଥିବା ଘଟଗାଁ ଦେହୁରୀପଡ଼ାର ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି। ଢେଙ୍କିକୋଟ ହାଟ ସାରି ତିନିଜଣ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ସମସ୍ତଙ୍କୁ ଉଦ୍ଧାର କରାଯାଇ ଘଟଗାଁ ଡାକ୍ତରଖାନା ପଠାଯାଇଛିl ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଈଶ୍ୱର ଚନ୍ଦ୍ର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର