ମ.ରାମପୁର: କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ମଣିକେରା ପଞ୍ଚାୟତ ବାଞ୍ଜାମୁଣ୍ଡାଠାରେ କାର୍ ଓ ବାଇକ୍ ମଧ୍ୟରେ ଧକ୍କା ହେବାରୁ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ବଲାଙ୍ଗୀର ଜିଲ୍ଲା କୁଦୋପାଲି ଗାଁର ଛୁଟା ବରିହା (୫୦ବର୍ଷ) ଓ ଆନନ୍ଦ ବରିହା (୪୫ବର୍ଷ) ବୋଲି ଜଣାପଡ଼ିଛି। ଗୁରୁତର ମଙ୍ଗଳୁ ବରିହା (୨୫)ଙ୍କୁ ମ.ରାମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ସୂଚନାମତେ, କୁଦୋପାଲି ଗାଁର ମଙ୍ଗଳୁ, ଆନନ୍ଦ ଓ ଛୁଟା ଭାଲୁମୁଣ୍ଡା ଗାଁକୁ ଏକ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିଲେ। ଭୋଜି ଖାଇ ବାଇକ୍ (ଓଡି ୦୩ ବି-୫୭୩୬)ରେ ତିନି ଜଣ ଯାକ ଫେରୁଥିଲେ। ଏହି ସମୟରେ ବାଞ୍ଜାମୁଣ୍ଡାଠାରେ ଏକ କାର୍ (ଓଡି ୦୮କ୍ୟୁ-୮୯୯୬) ସହ ସେମାନଙ୍କ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଛୁଟାଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଆନନ୍ଦ ଓ ମଙ୍ଗଳୁଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମ.ରାମପୁର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆନନ୍ଦଙ୍କ ମୃତ୍ୟୁ ଘଟିଥିଲା। ମ.ରାମପୁର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ଆଇଆଇସି ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/Accident_Thumbnail.jpg)