ଭୁବନେଶ୍ୱର: ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ରେଳ ସଦନ ନିକଟରେ ଏକ ଦୁର୍ଘଟଣା ଘଟିଛି । ଏକ କାର୍ ଭାରସାମ୍ୟ ହରାଇ ରେଳ ସଦର ପାଚେରୀକୁ ଧକ୍କା
ଦେଇଛି। ଏହାଯୋଗୁ ରେଳ ସଦନର ପାଚେରୀର ବ୍ୟାରିକେଡ୍ ଭାଙ୍ଗିଯାଇଛି ।
ତେବେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି କାର୍ରେ କେହି ନ ଥିବା ଦେଖିବାକୁ ପାଇଛି। କାର୍ର ଏୟାର ବ୍ୟାଗ୍ ବାହାରି ଯାଇଛି। ତେଣୁ ଅନୁମାନ କରାଯାଉଛି ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଛନ୍ତି ଏବଂ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ମୈତ୍ରୀ ବିହାର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/6-5.jpg)