ଭୁବନେଶ୍ୱର: ଘରେ ଥୁଆ ହୋଇଥିବା ବେଳେ କାର୍‌ରେ ଲାଗିଗଲା ନିଆଁ

ଭୁବନେଶ୍ୱର: ସୋମବାର ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଥାନା ଅଧୀନ ଭାଗବତ ସନ୍ଧାନ ନିକଟରେ ଥିବା ଶ୍ରୀରାମସିଟି ଡ୍ୟୁପ୍ଲେକ୍ସ ତଳେ ଥୁଆ ହୋଇଥିବା ଏକ କାର ଜଳି ଯାଇଥିଲା। ଖବର ପାଇ ଅଗ୍ନିଶମ ଓ ପୁଲିସ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। କାର ମାଲିକ ସରୋଜ ନାୟକ ଏ ନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି କି କେହି ଦୁର୍ବୃତ୍ତ ଜାଣିଶୁଣି ତାଙ୍କ କାର୍‌ରେ ନିଆଁ ଲଗାଇ ଦେଇଛିି। ତେବେ ସର୍ଟସର୍କିଟ୍‌ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ଅଗ୍ନିଶମ ବିଭାଗ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ସମ୍ବନ୍ଧିତ ଖବର