ଜଳିଗଲା ଚଳନ୍ତା କାର୍‌, ଅଳ୍ପକେ ବର୍ତିଲେ ୩ ଯାତ୍ରୀ

ଜଟଣୀ : ଜଟଣୀ ନିକଟ ସୁନ୍ଦରପଦା ରାସ୍ତାର ହରିରାଜପୁର ଛକ ନିକଟରେ ଆଜି ଅପରାହ୍‌ଣରେ ଏକ ଚଳନ୍ତା କାର୍‌ ଜଳିଯାଇଛି। ସୌଭାଗ୍ୟକୁ ଏଥିରେ ଥିବା ୩ ଜଣଯାତ୍ରୀ ଅଳ୍ପକେ ବର୍ତି ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୨ଟା ସମୟରେ ଓଡି ୦୨ ଏଜେ ୧୭୩୯ ନମ୍ବର ବିଶିଷ୍ଟ କାର୍‌ରେ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୁଆଁପାଳ ଜଳେଶ୍ବରର କାର୍‌ ମାଲିକ ହରମୋହନ ପରମାଣିକ, କାର୍‌ ଚାଳକ ସେରୁ ଖାନ୍ ଓ ଅନ୍ୟ ଜଣେ ସହଯୋଗୀ ଭୁବନେଶ୍ବର ସୁନ୍ଦରପଦା ଆଡ଼ୁ ଜଟଣୀ ଅଭିମୁଖେ ସେମାନେ ଆସୁଥିଲେ। ମାତ୍ର ହରିରାଜପୁର ଛକ ନିକଟରେ କାର୍‌ଟିରେ ଅଚାନକ ନିଆଁ ଲାଗି ଯାଇଥିଲା। ଡ୍ରାଇଭର ଉପସ୍ଥିତ ବୁଦ୍ଧି ଲଗାଇ କାରରକୁ ରାସ୍ତାକେଡ଼କୁ ରଖିଦେବା ପରେ ଏଥିରେ ଥିବା ୩ ଜଣ ବାହାରକୁ ବାହାରି ଆସିଥିଲେ। ଖବର ପାଇ ଜଟଣୀ ଅଗ୍ନିଶମ ବିଭାଗ ଅଧିକାରୀ ବିଶ୍ବବିଦିତ ରାଜଗୁରୁ ଦମକଳ ବାହୀନି ସହ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସମ୍ବନ୍ଧିତ ଖବର